କାନ୍ଥ ଭାଙ୍ଗି ଘରେ ପଶିଲା ଦନ୍ତା; ୨ମହିଳାଙ୍କୁ କଚାଡି ମାରିଲା

0
32
କାନ୍ଥ ଭାଙ୍ଗି

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଦେଓଗଡ, (୨୭/୦୧) : ଅନ୍ଧାର ରାତିରେ କାନ୍ଥ ଭାଙ୍ଗି ଘରେ ପଶିଲା ଦନ୍ତା । ଶୁଣ୍ଢରେ ଉଠାଇ ମହିଳା ଦୁଇ ଜଣଙ୍କୁ କଚାଡି ମାରିଲା ।

ଦେବଗଡ଼ ବନାଞ୍ଚଳ ଲଇମୁରା ଫରେଷ୍ଟ ସେକ୍ସନରେ ଗତ ବିଳମ୍ବିତ ରାତିରେ ଏହି ଅଘଟଣ ଘଟିଛି । ମୃତକ ମହିଳା ଦ୍ୱୟ ହେଲେ ସୁରୁବାଲି କିସାନ ଓ ଖଇରି କିସାନ । ଗତ ବିଳମ୍ବିତ ରାତିରେ ସୁରୁବାଲି ଓ ଖଇରି ଘରେ ଶୋଇଥିଲେ । ଏହି ସମୟରେ ଏକ ଦନ୍ତା ହାତୀ କାନ୍ଥ ଭାଙ୍ଗି ଘର ଭିତରକୁ ପଶି ଆସିଥିଲା । ହାତୀଟିକୁ ଦେଖି ସୁରୁବାଲି ଓ ଖଇରି ଜୀବନବିକାଳେ ଘରୁ ଦୌଡ଼ି ପଳାଇଯାଇଥିଲେ । ହେଲେ ଦନ୍ତାଟି ସେମାନଙ୍କୁ ଛାଡ଼ିନଥିଲା ଶୁଣ୍ଢରେ ଉଠାଇ ସେମାନଙ୍କୁ କଚାଡି ଦେଇଥିଲା ।

ଘଟଣା ସ୍ଥଳରେ ଦୁଇ ମହିଳାଙ୍କର ମୃତ୍ୟୁ ଘଟିଥିଲା । ତେବେ ହାତୀଟି କେଉଁଠି ଲୁଚି ରହିଛି ନା, ଜଙ୍ଗଲକୁ ପଳାଯାଇଛି ତାହା ସ୍ପଷ୍ଟ ହୋଇନାହିଁ । ମହିଳାଦ୍ୱୟଙ୍କ ମୃତ୍ୟୁ ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ଯାଇଛି । ବାରମ୍ବାର ହାତୀପଲ ଗାଁ ଭିତରକୁ ପଶିଆସି ଧନଜୀବନ ନଷ୍ଟ କରୁଥିଲେ ମଧ୍ୟ ବନ ବିଭାଗ କୌଣସି ପଦକ୍ଷେପ ନେଉନଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ବନ ବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।