ମୋ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ

0
72
ମୋ ଓଡ଼ିଶା

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡା, (୨୮/୦୧) : ରାୟଗଡା ଜିଲ୍ଲା ଅନ୍ତର୍ଗତ ଜାମାଦେଇପେଣ୍ଠ ପଞ୍ଚାୟତ ସମିତି କାର୍ଯ୍ୟଳୟ ପରିସରରେ ମୋ ଓଡିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।WhatsApp Image 2024 01 27 at 19.13.05 ମୋ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ

ମୋ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମରେ ସରପଞ୍ଚ ମିତା ପୁଆଲା, ସମିତି ସଭ୍ୟ ବନିତା ମେଲେକା, ଆମ ଅଡିଶା ନବୀନ ଓଡ଼ିଶା ଜିଲ୍ଲା କର୍ଡିନେଟର ପି. ଗୌରୀ ଶଙ୍କର ରାଓ, ବ୍ଲକ ଚ୍ୟାୟାରମେନ୍ ଟୁନି ହୁଇକା, ଭାଇସ ଚେୟାରମ୍ୟାନ ହର ପ୍ରସାଦ ହେପୁରୁପା, ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଅନୁସୂୟା ମାଝି, i.c.d.s ସୁପର ଭାଇଜର ଏମ୍ ମାଙ୍ଗମା, ଫରେଷ୍ଟର ଶ୍ରୀ ଗୌରୀ ଶଙ୍କର ସାହୁ, ପି.ଡି ୱାଟର ସେଡ୍ ସାଇ କୁମାର୍ ଏବଂ ପି.ଇ.ଓ ଚିତ୍ରସେନ ଦଳାଇ ପ୍ରମୁଖ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମରେ ଉପସ୍ଥିତ ଅତିଥି ମାନେ ସରକାରଙ୍କ ଜନ୍ମ ଠୁଁ ଧରି ମୂର୍ତ୍ତ୍ୟୁ ପର୍ୟ୍ୟନ୍ତ ଯେଉଁ ସବୁ ଯୋଜନା ଗୁଡ଼ିକ ରହିଛି ତାହା ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ ।

ରାଜ୍ୟ ସରକାରଙ୍କ ଲକ୍ଷ୍ମୀ ବସ୍ ଯୋଜନା, ୫ ଟଙ୍କାରେ ଆହାର ଯୋଜନା, ଗର୍ଭବତୀ ମହିଳାଙ୍କ ୫ ହଜାର ଟଙ୍କା ସହାୟତା, 5T ମାଧ୍ଯମରେ ବିଦ୍ୟାଳୟର ରୁପାନ୍ତିକରଣ, ବିଜୁ ସ୍ବାସ୍ଥ୍ୟ ସେବା, କାଳିଆ ଯୋଜନା ଏହିଭଳି ଅନେକ ଯୋଜନା ର ଲାଭ ହିତାଧିକାରୀ ମାନଙ୍କୁ ଅବଗତ କରାଇବା ସହ ଯେଉଁମାନେ ବାଦ ପଡ଼ିଛନ୍ତି କିମ୍ଵା ଜାଣି ନାହାଁନ୍ତି ଏହିଭଳି କାର୍ଯ୍ୟକ୍ରମ ମାଧ୍ଯମରେ ଜନ ସଚେତନାତା କରାଯାଉଅଛି ବୋଲି କହିଛନ୍ତି ।

ସେହିଭଳି ଜମାଦେଇପେଣ୍ଠ ପଞ୍ଚାୟତରେ ୧୭ ଗୋଟି ପ୍ରକଳ୍ପ ପାଇଁ ୫୦ ଲକ୍ଷ ଟଙ୍କା, ୧୧୪୩ ପରିବାର ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନାରେ ଅନ୍ତର୍ଭୁକ୍ତ, ୫୪୦ପରିବାର କାଳିଆ ଯୋଜନା ରେ ଅନ୍ତର୍ଭୁକ୍ତ, ୬୪୪ ଜଣ ହିତାଧିକାରୀଙ୍କୁ ଭତ୍ତା, ୧୫ ଟି ମିଶନ ଶକ୍ତି ଗଷ୍ଟିଙ୍କୁ ୫୨.୫୦ଲକ୍ଷଟଙ୍କାର ବିନା ସୁଧରେ ଋଣ, ୧୧୩୧ ପରିବାର କୁ ରେସନ୍ କାର୍ଡ, ୨୫୬ ଜଣ ଗର୍ଭବତୀ ମହିଳାଙ୍କୁ ମମତା ସହାୟତା, ୭୮ ପରିବାର କୁ ଘରବାରି ଓ ଜଙ୍ଗଲ ଜମି ପ୍ରଦାନ, ପଂଚାୟତରେ ଆମ ବ୍ୟାଙ୍କ୍ ଦ୍ବାରା ଆର୍ଥିକ ଅନ୍ତର୍ଭୁକ୍ତିକରଣ, ପଂଚାୟତରେ ୨୫.୧୧.୨୩ ରୁ ଲକ୍ଷ୍ମୀ ବସ୍ ସେବା । ଏହିସବୁ ଯୋଜନା ଗୁଡ଼ିକ ବିଷୟରେ ଟିକିନିଖି ବିବରଣୀ ପ୍ରଦାନ କରିଥିଲେ ପି.ଇ.ଓ ଚିତ୍ରସେନ ଦଳାଇ । କାର୍ଯ୍ୟକ୍ରମରେ ସ୍ଥାନୀୟ ଅଞ୍ଚଳର ଲୋକଙ୍କ ପ୍ରବଳ ଭିଡ଼ ପରିଲକ୍ଷିତ ହଇଥିବା ବେଳେ ସ୍କୁଲ୍ ଛାତ୍ରଛାତ୍ରୀ ମାନଙ୍କ ସାଂସ୍କୃତିକ କାର୍ଯ୍ୟକ୍ରମ ସମସ୍ତଙ୍କ ମନ ଜିଣିବା ସହ ଅନେକ ଙ୍କୁ ମଞ୍ଚ ସମ୍ମୁଖରେ ବାନ୍ଧି ରଖିଥିଲା ।