ପଞ୍ଚାୟତ ସ୍ତରୀୟ ଆମ ଓଡ଼ିଶା ନବୀନ ଓଡିଶା ସଚେତନତା ଶିବିର

0
83
ପଞ୍ଚାୟତ ସ୍ତରୀୟ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା
କଲ୍ୟାଣସିଂହପୁର, (୨୭/୧) : ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସଦର ପଞ୍ଚାୟତର ରଥ ପଡିଆ ଠାରେ ପଞ୍ଚାୟତ ସ୍ତରୀୟ ଆମ ଓଡ଼ିଶା ନବୀନ ଓଡିଶା ସଚେତନତା ଶିବିର ଅନୁଷ୍ଠିତ ହୋଇଛି ।WhatsApp Image 2024 01 28 at 10.48.27 ପଞ୍ଚାୟତ ସ୍ତରୀୟ ଆମ ଓଡ଼ିଶା ନବୀନ ଓଡିଶା ସଚେତନତା ଶିବିର

ଏଥିରେ ବିଡ଼ିଓ ରାଜୀବ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ମୁଖ୍ୟ ଅତିଥି ଭାବେବ୍ଲକ ଅଧ୍ୟକ୍ଷା ଅମ୍ବ୍ରିତା କାଡ୍ରାକା ଯୋଗଦେଇଥିଲେ । ଅତିଥି ଭାବେ ବ୍ଲକ ଉପାଧ୍ୟକ୍ଷ ଡମ୍ବରୁ କଞ୍ଜ।କା, କ ଜୋନର ଜିଲାପରିଷଦ ସଦସ୍ୟ ବି ୱାରା ପ୍ରସାଦ ରାଓ,ଖ ଜୋନର ଜିଲାପରିଷଦ ସଦସ୍ୟ ଙ୍କ ସ୍ବାମୀ ଭୋମି ମାଧବ ରାଓ, ଅତିରିକ୍ତ ଗୋଷ୍ଠି ଶିକ୍ଷା ଅଧିକାରୀ ବିଜୟ କୁମାର ସେଠୀ ,ଜିଲା କଳା ଓ ସଂସ୍କୃତି ବିଭାଗ ର ଜିଲ୍ଲା ଉପସଭାପତି ସନ୍ତୋଷ କୁମାର ବଚ୍ଛ।,ସମିତି ସଭ୍ୟା ମିନାକା ପଦ୍ମା, ଗୌତମ ବାର୍ଲି ସମ୍ମାନୀୟ ଅତିଥି ଭାବେ ମଞ୍ଚାସିନ ରହିଥିଲେ ।

ଆମ ଓଡ଼ିଶା ନବୀନ ଓଡିଶା ୧୩ଟି ପ୍ରକଳ୍ପ ପାଇଁ ୫୦ଲକ୍ଷ ଟଙ୍କା, ବିଜୁସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ୧୫୮୪ ପରିବାରକୁ ଅନ୍ତର୍ଭୁକ୍ତ କରିଥିବା ବେଳେ ୫ ହିତାଧିକାରୀ ଉପକୃତ, ମୁଖ୍ୟ ମନ୍ତ୍ରୀ ସ୍ୱତନ୍ତ୍ର ସହାୟତା ଯୋଜନା ରେ ୬ଟି ପ୍ରକଳ୍ପ ପାଇଁ ୪୨ଲକ୍ଷ ଟଙ୍କା , ୭୮ପରିବାରକୁ କାଳିଆ ଯୋଜନାରେ ଅନ୍ତର୍ଭୁକ୍ତ, ୫୯୯ଜଣ ହିତାଧିକାରୀଙ୍କୁ ସାମାଜିକ ସୁରକ୍ଷା ଭତ୍ତା, ୭୩ଟି ମିଶନ ଶକ୍ତି ଗୋଷ୍ଟିଙ୍କୁ ମୋଟ୨୩୩ଲକ୍ଷ ଟଙ୍କାର ବିନା ସୁଧରେ ମିଶନ ଶକ୍ତି ସହାୟତାରେ ଋଣ ପ୍ରଦାନ, ୧୫୮୪ ପରିବାରକୁ ରେସନ କାର୍ଡ, ୧୯୦ ଗର୍ଭବତୀଙ୍କୁ ମମତା ଯୋଜନାରେ ସହାୟତା ।

ଆମ ବ୍ୟାଙ୍କ, ଲକ୍ଷ୍ମୀ ବସ ଯୋଜନା,୫ଟି ରେ ୩୯ଲକ୍ଷ ଟଙ୍କା ବିନିମୟରେ ଓଡିଶା ଆଦର୍ଶ ବିଦ୍ୟାଳୟର ରୂପାନ୍ତରିକରଣ, ସହାୟକଗୋଷ୍ଠୀ ଦ୍ୱାରା ବାଉଁଶ ହସ୍ତଶିଳ୍ପ, କୁକୁଡ଼ା ଓ ଛେଳି ଚାଷ, ଆଦର୍ଶ ଅଙ୍ଗନବାଡି କେନ୍ଦ୍ର, ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଡ୍ରନ ମାଧ୍ୟମରେ ଔଷଧ ବଣ୍ଟନ, ସୌର ଚାଳିତ ରାସ୍ତା ଆଲୋକୀକରଣ ଓ ପାନୀୟ ଜଳ ଯୋଗାଣ, ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ସହାୟତାରେ ମନ୍ଦିର ଉନ୍ନତି କରଣ,ବସୁଧା ଯୋଜନା, ବିଜୁସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା, ଅଜୈବିକ ପୃଥକୀକରଣ କେନ୍ଦ୍ର ଓ ଆମ ବସ ଷ୍ଟପ,ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ଵାରା ସଡକ ଯୋଜନା ବିଷୟରେ କହିବା ସହିତ ଭିଡିଓ ମାଧ୍ୟମରେ ପ୍ରଦର୍ଶନୀ କରିଥିଲେ ।ଏଥିରେ ୭ଟି ବିଭାଗ ପକ୍ଷରୁ ଷ୍ଟଲ କରାଯାଇଥିଲା । ସହକାରୀ ଯନ୍ତ୍ରୀ ସବ୍ୟସାଚୀ ନାୟକ, ପଞ୍ଚାୟତ ଅଧିକାରୀ ଗଗନବିହାରୀ ପାଲକା ସମେତ ବ୍ଲକ ଓ ପଞ୍ଚାୟତ କର୍ମଚାରୀ ଉପସ୍ଥିତ ରହିଥିଲେ ।