କଲ୍ୟାଣସିଂହପୁର ରେ ଧାନ ମଣ୍ଡି ଉଦଘାଟନ

0
55
କଲ୍ୟାଣସିଂହପୁର ରେ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା
କଲ୍ୟାଣସିଂହପୁର, (୨୦/୧୨) : ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକର ପି.ଡବ୍ଲୁ. ଡି ବଙ୍ଗଳା ଠାରେ ନିୟନ୍ତ୍ରିତ ବଜାର କମିଟି ରାୟଗଡା ପକ୍ଷରୁ ୨୦୨୩-୨୪ ଖରିଫ ଋତୁ ନିମନ୍ତେ ଧାନ ମଣ୍ଡି ଉଦଘାଟନ କରାଯାଇଛି ।

ଏଥିରେ ଲ୍ୟାମ୍ପ ସଭାପତି ଶଙ୍କର ହୁଈକାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ମୁଖ୍ୟ ଅତିଥି ଭାବେ ବିଡ଼ିଓ ରାଜୀବ ଦାସ ଯୋଗ ଦେଇଥିଲେ । ସମ୍ମାନୀୟ ଅତିଥି ଭାବେ ଉପ ସଭାପତି ପ୍ରମିଳା କାଡ୍ରାକା, ବରିଷ୍ଠ ଚାଷୀ ଦାଶରଥି ନାୟକ, ତହସିଲଦାର ରଞ୍ଜନ କୁମାର ମାନସେଠ, ରାୟଗଡା ଡି .ଡ଼ି. ଏମ ନାବାର୍ଡ ର ଅଧିକାରୀ ସନ୍ତୋଷ ସାମଲ ଓ ମୁଖ୍ୟ ବକ୍ତା ଭାବେ ଜଏଣ୍ଟ ରେଜିଷ୍ଟର ତଥା ଉପନିର୍ବନ୍ଧକ ମନ୍ମଥ କୁମାର ଦାସ ମଞ୍ଚାସିନ ରହି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ଧାନ ବିକ୍ରି କରିବା ପୂର୍ବରୁ ଚାଷୀଙ୍କୁ ସଠିକ ଭାବରେ ଟକେନ୍ ଆସୁନାହିଁ । ଚାଷୀକୁ ଟୋକେନ୍ ଆସିନଥିବା ଓ ଧାନ ପାଇଁ ବସ୍ତାକୁ ୧୩ ଟଙ୍କା ଦେଇ ମିଲରୁ କିଣୁଛୁ ତାହାର ମୂଲ୍ୟ ଦିଆଯାଉ ନଚେତ ବାସ୍ତା ଦେବା ପାଇଁ ଅଧିକାରୀଙ୍କୁ ଅଭିଯୋଗ ଥିଲେ ।

ଏଥିରେ ଗୁଣ ଓ ମାନକୁ ନେଇ ସରକାର ସାଧାରଣ କିସମ ଧାନ କୁଇଣ୍ଟାଲ ପିଛା ମୁଲ୍ୟ ୨୧୮୩ ଟଙ୍କା ଓ ଗ୍ରେଡ ‘ଏ ‘କିସମ ଧାନ କୁଇଣ୍ଟାଲ ପିଛା ୨୨୦୩ ଟଙ୍କା ରହିଥିବା ଅତିଥି ମାନେ କହିଥିଲେ । ପ୍ରତ୍ୟେକ ବୁଧବାର ଦିନ ସ୍ଥାନୀୟ.ପି .ଡବ୍ଲୁ. ଡି ବଙ୍ଗଳା କୁ କଲ୍ୟାଣସିଂ ହପୁର, ଧାମୁଣୀପଙ୍ଗା, ସିଙ୍ଗାରି, ପାରସାଲି, ବୁଡ଼ାଗୁଡା ଆର. ଏମ. ସି. ୟାର୍ଡ ରେ ସପ୍ତାହର ସୋମବାର ଓ ମଙ୍ଗଳବାର ଦୁଇଦିନ ମାଝୀଗୁଡା, ପୂଜାରୀଗୁଡା, ସୁନାଖଣ୍ଡି, ପଲମା, କନ୍ଧ କାତିପାଡୁ, ଶୁକ୍ରବାର ଓ ଶନିବାର ଦୁଇଦିନ ସିକରପାଇ, ବୁଡ଼ାଗୁଡା, ନାରାୟଣପୁର, କରପା, ସେରିଗୁମ୍ମା ପଞ୍ଚାୟତର ଚାଷୀ ମଣ୍ଡିକୁ ଧାନ ଆଣି ଦେଇପାରିବେ କହିଥିଲେ ।ଏଥିରେ ମିଲର, ଚାଷୀ ଓନିୟନ୍ତ୍ରିତ ବଜାରର ସୁପ୍ରଭାଇଜର ରାମକୃଷ୍ଣ ଚୌଧୁରୀ, ପ୍ରଦୀପ ପାଳ, ଏମ ନାରାୟଣ ରାଓ, ଲ୍ୟାମ୍ପ ପରିଚାଳକ ତାରିଣୀ ପ୍ରସାଦ ତ୍ରିପାଠୀ ଓ ଲ୍ୟାମ୍ପର ସମସ୍ତେ କର୍ମଚାରୀ ପ୍ରମୁଖ ଉପସ୍ଥିତ ରହିଥିଲେ ।