ବାଇକ-କାର ଧକ୍କାରେ ୬ ବର୍ଷର ପୁଅ ମୃତ, ମା’ବାପା ଗୁରୁତର

0
35
ବାଇକ-କାର

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଗଜପତି, (୨୮/୦୧) : ଗଜପତି ଜିଲ୍ଲା ଅଡବା ଥାନା ନିକଟସ୍ଥ ଲଷ୍ମୀପୁର ବ୍ରିଜ୍ ନିକଟରେ ବାଇକ-କାର ମୁହାଁମୁହିଁ ଧକ୍କାରେ ୬ ବର୍ଷର ପୁଅର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ, ବାପା ମା’ ଗୁରୁତର ଆହତ ହୋଇଛନ୍ତି ।

ବାଇକ-କାର ଧକ୍କାରେ ୬ ବର୍ଷର ପୁଅ ମୃତ ।  ସୂଚନା ମୁତାବକ ଅଡବା ଥାନା ଅନ୍ତର୍ଗତ ଗମ୍ଭାରିଗାଁ ଗ୍ରାମର ସନ୍ତୋଷ ମାଦଳା ନିଜ ଗାଁରୁ ସ୍ତ୍ରୀ ଓ ଦୁଇ ଛୁଆଙ୍କୁ ଧରି ବାଇକ ଯୋଗେ ମୋହନା ଯାଉଥିବାବେଳେ ଦିଗପହଣ୍ଡିରୁ ବ୍ରାହ୍ମଣିଗାଁ ଅଭିମୁଖେ ଯାଉଥିବା ଏକ କାର ସହ ଲକ୍ଷ୍ମୀପୁର ନିକଟରେ ମୁହାଁମୁହିଁ ଧକ୍କା ହୋଇଥିଲା । ଘଟଣା ସ୍ଥଳରେ ସନ୍ତୋଷଙ୍କ ସାନ ପୁଅ ପ୍ରକାଶ ମାଦଳାଙ୍କ ମୃତ୍ୟୁ ଘଟିଥିବାବେଳେ ସ୍ତ୍ରୀ ସନ୍ତୋଷୀନି ମାଦଳା ଓ ସନ୍ତୋଷ ମାଦଳା ଗୁରୁତର ଆହତ ହୋଇଛନ୍ତି । ସ୍ଥନୀୟ ଲୋକେ ସମସ୍ତଙ୍କୁ ଉଦ୍ଧାର କରି ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଛନ୍ତି । ଖବର ପାଇ ଅଡବା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।