ଶ୍ରୀ ବିଘ୍ନେଶ୍ୱର ଚିତ୍ରକାର ମହାସଂଘର ସାଧାରଣ ବୈଠକ ଓ କର୍ମକର୍ତ୍ତା ଚୟନ

0
47
ଶ୍ରୀ ବିଘ୍ନେଶ୍ୱର

ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ
ଗୁଣପୁର, (୨୯/୧) : ରାୟଗଡ଼ା ଜିଲ୍ଲା ଗୁଣପୁର ସହରର ନିକଟସ୍ଥ ସାନନଦୀ ଠାରେ ଆଜି ଶ୍ରୀ ବିଘ୍ନେଶ୍ୱର ଚିତ୍ରକାର ମହାସଂଘର ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି ।WhatsApp Image 2024 01 29 at 17.34.49 jpeg ଶ୍ରୀ ବିଘ୍ନେଶ୍ୱର ଚିତ୍ରକାର ମହାସଂଘର ସାଧାରଣ ବୈଠକ ଓ କର୍ମକର୍ତ୍ତା ଚୟନ

ମୁଖ୍ୟ ପ୍ରସଙ୍ଗ ଥିଲା ମହାସଂଘର କର୍ମକର୍ତ୍ତା ଚୟନ । ଏହି କାର୍ଯ୍ୟକ୍ରମରେ ୭ଟି ବ୍ଲକର ପ୍ରାୟ ୬୦ ଜଣ ଚିତ୍ରକାର ଯୋଗ ଦେଇଥିବା ସୂଚନା ମିଳିଛି । ଏହି ବୈଠକରେ ବରିଷ୍ଠ ଚିତ୍ରକାର ମାର୍କଣ୍ଡ ଵାଉରୀ , ଲବ ବାଉରୀ, ଶ୍ୟାମ ଵାଉରୀ, କନ୍ଦର୍ପ ସାହୁ ମହାସଂଘର ପଥ ପ୍ରଦର୍ଶନ କରିବାକୁ ଆଶ୍ଵାସନା ଦେବାପରେ କର୍ମକର୍ତ୍ତା ଚୟନ ପ୍ରକିୟା ଆରମ୍ଭ ହୋଇଥିଲା । ଚିତ୍ରକର ନବୀନ ଚନ୍ଦ୍ର ଗୁରୁ ଓ କୁନା ଵେହେରା କାର୍ଯ୍ୟକ୍ରମକୁ ସୁପରିଚାଳନା କରିଥିଲେ । ନିର୍ବାଚନୀ ପ୍ରକ୍ରିୟାରେ ସଭାପତି ଭାବେ ଡି ଚନ୍ଦ୍ରମୌଳି, ଉପ ସଭାପତି ଭାବେ ନବୀନ ଚନ୍ଦ୍ର ଗୁରୁ, ସମ୍ପାଦକ ଭାବେ ଶିଖିଆଲ ଲିମା, କୋଷାଧ୍ୟକ୍ଷ ଭାବେ କେ ସନ୍ତୋଷ ଓ ଦେବବ୍ରତ ପାଢି ଙ୍କୁ ସର୍ବସମ୍ମତିକ୍ରମେ ଚୟନ କରାଯାଇଥିଲା ।

ସମସ୍ତ ସଦସ୍ୟ ମିଳିମିଶି ସଂଘକୁ ଆଗକୁ ନେବାସହ ଚିତ୍ରକାର ମାନଙ୍କ ମୌଳିକ ଅଧିକାର ପାଇଁ ଲଢେ଼ଇ କରିବାକୁ ନିଷ୍ପତ୍ତି ନିଆଗଲା । ଏହି କାର୍ଯ୍ୟକ୍ରମରେ ନୀର ଵାଉରୀ, ହେମନ୍ତ ଦାସ, କୁନା ବେହେରା, ରାମ ଵାଉରୀ, ସନ୍ତୋଷ କୁମାର, ଗଣପତି ବାଉରୀ, ହରି ଗୌଡ, ରମେଶ ଶବର, ମାଧବ, ଦେବ ପାଢ଼ୀ, ଦେବେନ୍ଦ୍ର ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ ।