ବାଲିଗୁଡାରେ ନୂତନ ଉପ ଜିଲ୍ଲାପାଳଙ୍କ ଦାୟିତ୍ୱ ଗ୍ରହଣ

1
63
ବାଲିଗୁଡାରେ

ରିପୋର୍ଟ : ବିଭୂତି ଲହରିଆ
ବାଲିଗୁଡା, (୨୯/୧) : ବାଲିଗୁଡା ଉପଖଣ୍ଡର ନୂତନ ଉପଜିଲ୍ଲାପାଳ ଭାବେ ଡ଼ ରୀନା ପ୍ରଧାନ ଯୋଗ ଦେଇ କାର୍ଯ୍ୟଭାର ଗ୍ରହଣ କରିଛନ୍ତି ।WhatsApp Image 2024 01 29 at 21.06.54 ବାଲିଗୁଡାରେ ନୂତନ ଉପ ଜିଲ୍ଲାପାଳଙ୍କ ଦାୟିତ୍ୱ ଗ୍ରହଣ

ବାଲିଗୁଡାରେ ନୂତନ ଉପ ଜିଲ୍ଲାପାଳଙ୍କ ଦାୟିତ୍ୱ ଗ୍ରହଣ । ସେ ପୂର୍ବରୁ କେ.ବି.କେ ଅଂଚଳରେ ଡାକ୍ତର (ଆସିଷ୍ଟାଣ୍ଟ ସର୍ଜନ) ଭାବେ କାର୍ଯ୍ୟରତ ଥିବାବେଳେ ଗତ ୨୦୨୧ ମସିହାରେ ଭାରତୀୟ ପ୍ରଶାସନିକ ସେବାରେ ଯୋଗ ଦେଇଥିଲେ । ପ୍ରଶିକ୍ଷଣପରେ ବାଲିଗୁଡା ଉପଜିଲ୍ଲାପାଳ ଭାବେ ପ୍ରଥମ କରି କାର୍ଯ୍ୟଭାର ଗ୍ରହଣ କରିଛନ୍ତି । ଉପଖଣ୍ଡର ବିକାଶ ନିମନ୍ତେ ସମସ୍ତ ବିଭାଗର ସମନ୍ୱୟ ରଖି କାର୍ଯ୍ୟ କରିବା ସହିତ ଆଗାମୀ ସାଧାରଣ ନିର୍ବାଚନ -୨୦୨୪ କୁ ଅବାଧ ଓ ନିରପେକ୍ଷ ଭାବେ ପରିଚାଳନା କରିବା ନିମନ୍ତେ ମତ ରଖିଛନ୍ତି ।

କାର୍ଯ୍ୟର ପ୍ରଥମ ଦିବସରେ ଉପଜିଲ୍ଲାପାଳ ସାଧାରଣ ନିର୍ବାଚନ ସମ୍ପାଦନ ପ୍ରକ୍ରିୟା ବିଷୟରେ ପଚାରି ବୁଝିବା ସହିତ କାର୍ଯ୍ୟାଳୟ ପରିସର ଏବଂ ସ୍ଥାନୀୟ ଆଦିବାସୀ ମହାବିଦ୍ୟାଳୟରେ ହେବାକୁଥିବା ଇଭିଏମ ଷ୍ଟ୍ରଙ୍ଗ ରୁମ ପରିଦର୍ଶନ କରିଥିଲେ । ବାଲିଗୁଡା ଉପଜିଲ୍ଲାପାଳ ଭାବେ ପ୍ରଥମ ଥର ଦାୟିତ୍ୱ ନେବା ପରେ ଖୁସି ଵ୍ୟକ୍ତ କରିଛନ୍ତି ।

1 COMMENT

Comments are closed.