ତଳ ଅଞ୍ଚଳବାଡ଼ି ସେବାଶ୍ରମ ରେ ବାର୍ଷିକ ଉତ୍ସବ

0
85
ତଳ ଅଞ୍ଚଳବାଡ଼ି

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା
କଲ୍ୟାଣସିଂହପୁର, (୨୯/୧) : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସେରିଗୁମା ପଞ୍ଚାୟତ ତଳ ଅଞ୍ଚଳବାଡ଼ି ସେବାଶ୍ରମ ରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।WhatsApp Image 2024 01 29 at 17.05.25 ତଳ ଅଞ୍ଚଳବାଡ଼ି ସେବାଶ୍ରମ ରେ ବାର୍ଷିକ ଉତ୍ସବ

ଏହି ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବ୍ଳକ ସମ୍ପ୍ରସାରଣ ଅଧିକାରୀ ଚନ୍ଦନ ଦାସ ବାଙ୍ଗାରି , ସମ୍ମାନୀୟ ଅତିଥି କୁଟୁଲି ସ୍କୁଲର ପ୍ରଧାନ ଶିକ୍ଷକ ଗୋପି ପରିଚା, ବେଳକୋଣା ସେବାଶ୍ରମ ର ପ୍ରଧାନ ଶିକ୍ଷକ ସୁନନ୍ଦ ଜେନା, ଏସ ଏସ ଡି ବାଳିକା ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ରଞ୍ଜନ ଢଳ, ତଳ ଅଞ୍ଚଳବାଡିରପ୍ରାଥମିକ ସେବାଶ୍ରମ ର ଶିକ୍ଷକ ଅଜୟ ପାଣିଗ୍ରାହୀ, ସୁନୀଲ ବେହେରା, ଶିକ୍ଷୟତ୍ରୀ ରଶ୍ମି ପ୍ରଧାନ, ଭକ୍ତା ଭାଭେ ଡି ଆଇ ଶ୍ୟାମଘନ ଭୂୟାଁ ଉପସ୍ଥିତ ଥିଲେ । ସହ ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ ସହିତ ଛାତ୍ର ଛାତ୍ରୀ ମାନେ ଯୋଗଦାନ କରି ବାର୍ଷିକ ଉତ୍ସବ ପାଳନ ହୋଇଥିଲା ।

ବାର୍ଷିକ ଉତ୍ସବରେ କ୍ରୀଡା ସଙ୍ଗୀତ ଖେଳ ଓ ଅନ୍ୟାନ୍ୟ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ର- ଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା । ପରେ ସନ୍ଧ୍ୟାରେ ଛାତ୍ର-ଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇ ଛାତ୍ରଛାତ୍ରୀ ମାନଙ୍କ ଗୀତିନାଟ୍ୟ ସହିତ ବିଭିନ୍ନ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ସନ୍ଧ୍ୟା ସମୟରେ ସାଂସ୍କୃତିକ କାର୍ଯ୍ୟକ୍ରମକରିଥିଲେ । ଏହି ବାର୍ଷିକ ଉତ୍ସବରେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ଅଭିବାଭକ ଉପସ୍ଥିତ ରହି ଅନନ୍ଦ ନେଉଥିବା ଦେଖିବାକୁ ମିଳିଛି ।