ଜିଲ୍ଲାପାଳଙ୍କ ଜନ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ

0
44
ଜିଲ୍ଲାପାଳଙ୍କ

ରିପୋର୍ଟ : ଜଗଦୀଶ ଦାଶ
ରାଇକିଆ, (୩୦/୦୧) : କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ସଭାଗୃହରେ ଜିଲ୍ଲାପାଳଙ୍କ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।WhatsApp Image 2024 01 30 at 11.35.56 ଜିଲ୍ଲାପାଳଙ୍କ ଜନ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ

ଆଜିର ଏହି ଜନଶୁଣାଣୀରେ ୫୩ ଗୋଟି ଅଭିଯୋଗ ତଥା ଆବେଦନ ପଞ୍ଜିକୃତ ହୋଇଥିବାବେଳେ ମୋଟ ୪୬ ଗୋଟି ଶୁଣାଣି ହୋଇଛି ଏବଂ ୭ ଟି ଆବେଦନକାରୀ ଅନୁପସ୍ଥିତ ରହିଥିଲେ, ବିଶେଷ ଭାବେ ଶହୀଦ ଚନ୍ଦ୍ରକାନ୍ତ ପ୍ରଧାନଙ୍କ ମାଆଙ୍କୁ ଜମିଯୋଗଣ ସହ ଭଉଣୀ ଅନିମା ପ୍ରଧାନଙ୍କୁ ସରକାରୀ ଚାକିରୀରେ ଥଇଥାନ ନିମନ୍ତେ ସରକାରୀ ନିର୍ଦ୍ଦେଶଥିବା ସତ୍ୱେ ଅଦ୍ୟାବଧି କାର୍ଯ୍ୟକାରୀ ହୋଇନଥିବା ଅଭିଯୋଗ ପଞ୍ଜିକୃତ ହୋଇଥିବା ଜଣାପଡିଛି। କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଅଶୋକ ଭୋଇ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ବାସୁଦେବ ସ୍ୱାଇଂ ,ପି. ଆଇ. ଟି. ଡି. ଏ. ବାଲିଗୁଡ଼ା କୃପାସିନ୍ଧୁ ବେହେରା , ରାଇକିଆ ବିଡିଓ ସୀମାଞ୍ଚଳ ମଣ୍ଡଳ, ରାଇକିଆ ତହସିଲଦାର ସୁଭଦ୍ରା ମୁଣ୍ଡିକା, ଏବଂ ଜିଲ୍ଲା ସ୍ତରୀୟ ବିଭାଗୀୟ ଅଧିକାରୀ ମାନେ ଯୋଗ ଦେଇଥିଲେ।