ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଢେଙ୍କାନାଳ ଜିଲ୍ଲାରେ ଲକ୍ଷ୍ମୀ ବସ୍ ସେବା ଶୁଭାରମ୍ଭ

1
56
ମାନ୍ୟବର

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଢେଙ୍କାନାଳ, (୦୧/୦୨) : ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ, ଢେଙ୍କାନାଳ ଜିଲ୍ଲାରେ ଲକ୍ଷ୍ମୀ ବସ୍ ସେବାର ଶୁଭାରମ୍ଭ କରିଛନ୍ତି ।

ଏହି ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଢେଙ୍କାନାଳ ଜିଲ୍ଲାବାସୀଙ୍କୁ ଶୁଭେଚ୍ଛା ଜଣାଇ ନିଜର ଖୁସି ବ୍ୟକ୍ତ କରିଥିଲେ । ଏହି ବସ୍ ସେବା ଦ୍ବାରା ଗ୍ରାମାଞ୍ଚଳବାସୀ ଦୈନନ୍ଦିନ କାର୍ଯ୍ୟ ପାଇଁ ବ୍ଲକ ତଥା ସହରାଞ୍ଚଳକୁ ଯିବା ଆସିବା ସହଜ ଏବଂ ସୁଲଭ ହେବ । ସେମାନଙ୍କର ଆର୍ଥିକ ଏବଂ ସାମାଜିକ ଅବସ୍ଥା ଅଧିକ ମଜବୁତ ହେବ ବୋଲି କହିଥିଲେ । ଢେଙ୍କାନାଳ ଜିଲ୍ଲା ସମେତ ଦେବଗତ ଏବଂ ଅନୁଗୁଳ ଜିଲ୍ଲାରେ ଏହି ଲକ୍ଷ୍ମୀ ବସ୍ ସେବାର ଶୁଭାରମ୍ଭ କରି ନୂଆ ଓଡିଶା ଗଠନ ନିମନ୍ତେ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ ।

5T ସଚିବ ଶ୍ରୀ ଭି. କେ. ପାଣ୍ଡିୟାନ, ମାତ୍ର 5 ଟଙ୍କାରେ ମହିଳା ଓ କଲେଜ ପିଲାମାନେ ପଞ୍ଚାୟତ ରୁ ବ୍ଲକ ପର୍ଯ୍ୟନ୍ତ ଯିବା-ଆସିବା କରିପାରିବେ ବୋଲି ପ୍ରକାଶ କରିଥିଲେ । ଯାତ୍ରୀମାନଙ୍କୁ ସମ୍ମାନର ସହ ସୁରକ୍ଷା, ସୁବିଧା ପ୍ରଦାନ କରିବାକୁ ସେ ବସ୍ ଡ୍ରାଇଭରମାନଙ୍କୁ ନିବେଦନ କରିଛନ୍ତି । ସ୍ଥାନୀୟ ମିନି ଷ୍ଟାଡିୟମ ଠାରେ ଆୟୋଜିତ ଏହି ଘରେ ଘରେ ଲକ୍ଷ୍ମୀ ଉତ୍ସବରେ ବାଣିଜ୍ୟ ଏବଂ ପରିବହନ ବିଭାଗର ପ୍ରମୁଖ ସଚିବ ଶ୍ରୀମତୀ ଉଷା ପାଢୀ ସ୍ବାଗତ ଭାଷଣ ପ୍ରଦାନ କରି, ଏହି ଲକ୍ଷ୍ମୀ ବସ୍ ଲୋକଙ୍କ ବିକାଶର ସାଥ୍‌ ଓ ସାରଥ୍ ସାଜିବ ବୋଲି ମତ ବ୍ୟକ୍ତ କରିଥିଲେ ।

ଇସ୍ପାତ, ଖଣି ଏବଂ ପୂର୍ଭ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଫୁଲ୍ଲ କୁମାର ମଲ୍ଲିକ ଏବଂ ସଦର ବିଧାୟକ ଶ୍ରୀଯୁକ୍ତ ସୁଧୀର କୁମାର ସାମଲ ଢେଙ୍କାନାଳ ଜିଲ୍ଲାରେ ପଞ୍ଚାୟତ ରୁ ବ୍ଲକ ପର୍ଯ୍ୟନ୍ତ ଏହି ବସ୍ ସେବା ଗ୍ରାମାଞ୍ଚଳବାସୀଙ୍କ ନିମନ୍ତେ ବିଶେଷ ସହାୟକ ହେବ ବୋଲି ପ୍ରକାଶ କରିଛନ୍ତି । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଏହି ଅଭିନବ ପ୍ରୟାସ ପାଇଁ ଧନ୍ୟବାଦ ଜ୍ଞାପନ କରିଛନ୍ତି । ସ୍ଥାନୀୟ ମିନି ଷ୍ଟାଡିୟମ ଠାରେ ଆୟୋଜିତ ଏହି ସଭାରେ ପରଜଙ୍ଗ ବିଧାୟକ ଶ୍ରୀଯୁକ୍ତ ନୃସିଂହ ଚରଣ ସାହୁ, ହିନ୍ଦୋଳ ବିଧାୟୀକ ଶ୍ରୀମତୀ ସୀମା ରାଣୀ ନାୟକ, ଜିଲ୍ଲା ପରିଷଦ ଅଧ୍ଯକ୍ଷା ଶ୍ରୀମତୀ ଅର୍ଜନା ପୁହାଣ ଏବଂ ଜିଲ୍ଲାପାଳ ଶ୍ରୀ ମନୋରଞ୍ଜନ ମଲ୍ଲିକ ଉପସ୍ଥିତଥିଲେ ।

1 COMMENT

Comments are closed.