ହାତୀ ଆକ୍ରମଣ ରେ ସାଧାରଣ ଜନତାଙ୍କ ମୃତ୍ୟୁ ନେଇ ବିଜେପି ତରଫରୁ DFO ଙ୍କ ଅଫିସ ଘେରାଉ

0
20
ହାତୀ ଆକ୍ରମଣ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଢେଙ୍କାନାଳ, (୦୯/୦୨) : ଢେଙ୍କାନାଳ ଜିଲ୍ଲାରେ ସର୍ବାଧିକ ହାତୀ ଆକ୍ରମଣ ରେ ସାଧାରଣ ଜନତାଙ୍କ ମୃତ୍ୟୁ ନେଇ ଆଜି ୧୧.୨୦ ମିନିଟ ସମୟରେ ବିଜେପି ତରଫରୁ ଗଣେଶ ବଜାର ଠାରେ ଥିବା DFO ଙ୍କ ଅଫିସ ଘେରାଉ କରିଥିଲେ ।

ତେବେ ବିଜେପି ର ଅଭିଯୋଗ ସରକାର ଲୋକଙ୍କ ଜୀବନ ପ୍ରତି ଖେଳୁଛନ୍ତି ଏବଂ ଲୋକଙ୍କୁ ସୁରକ୍ଷା ଦେଉ ନାହାନ୍ତି । ଗୋଟିଏ ପଟେ ଲୋକ ଭୟରେ ଗାଁ ରେ ରହି ପାରୁ ନାହାଁନ୍ତି । ଅନ୍ୟ ବେଳେ ମଧ୍ୟ ଦିନ ଦିପହରେ ହାତୀ ଆସି ମୁଖ୍ୟ ରାସ୍ତାରେ ଆକ୍ରମଣ କରୁଛି ଯେଁଉ ଥିରେ ଲୋକଙ୍କ ଜୀବନ ହାନି ହେଉଛି । ଏହି କିଛି ଦିନ ମଧ୍ୟରେ ହାତୀ ଆକ୍ରମଣରେ ୧୨ ଜଣ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ କିନ୍ତୁ ଢ଼େଙ୍କାନାଳ ଡିଫୋଙ୍କ ନିଦ ଭାଙ୍ଗୁନି । ବନ୍ୟା ପ୍ରାଣୀ ଙ୍କ କ୍ଷତି ଗ୍ରସ୍ତ ଲୋକଙ୍କୁ ସହଜ ଉପାୟରେ ସେମାନେ କିପରି କ୍ଷତି ପୂରଣ ପାଇବେ ସେ ବ୍ୟବସ୍ତା ସରକାର କରନ୍ତୁ ଏବଂ ଏହି ଅଯୋଗ୍ୟ DFO କୁ ଏଠୁ ଅନ୍ୟତ୍ର ବଦଳି କରାଯାଉ ।

ସରକାର ଯଦି ଏଥି ପ୍ରତି ଦୃଷ୍ଟି ନ ଦିଅନ୍ତି ଆଗାମୀ ଦିନରେ ଢ଼େଙ୍କାନାଳ ବିଜେପି ରାଜ ରାସ୍ତାକୁ ଓହ୍ଲାଇବ ବୋଲି ପ୍ରକାଶ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ବିଜେପି ପୂର୍ବତନ ବିଧାୟକ କୃଷ୍ଣ ଚନ୍ଦ୍ର ପାତ୍ର ,ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ରାମଚନ୍ଦ୍ର ପାତ୍ର, ଏମ୍ ଯେ ମହିମା ଓ ଜିଲ୍ଲା ସଭାପତି ସମେତ ଅନ୍ୟ ସମସ୍ତ ଦଳୀୟ କର୍ମୀ ଉପସ୍ଥିତ ଥିଲେ