ଖୋଲମ୍ ଖୋଲା ଭାବେ ସରକାରୀ ବାବୁଙ୍କ ଲାଞ୍ଚ ଦାବି

0
35
ଖୋଲମ୍ ଖୋଲା

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର/ଟିଟିଲାଗଡ, (୩୧/୦୧) : ବଲାଙ୍ଗୀର ଜିଲ୍ଲା ଅଧିନସ୍ଥ ଟିଟିଲାଗଡ ଉପ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ପରିସର ରେ ଥିବା ବିଭିନ୍ନ ବିଭାଗକୁ ନା ନା କାର୍ଯ୍ୟ ନେଇ ସାଧାରଣ ଆସି ଆବେଦନ, ନିବେଦନ ସହ ଲିଖିତ ଅଭିଯୋଗ ସତ୍ବେ କିଛି ସୁଫଳ ପାଇ ନ ପାରି ଦୀର୍ଘ ଦିନ ଧରି ଦୁର୍ଦ୍ଦଶା ଭୋଗ କରୁଛନ୍ତି ।WhatsApp Image 2024 01 31 at 21.20.35 ଖୋଲମ୍ ଖୋଲା ଭାବେ ସରକାରୀ ବାବୁଙ୍କ ଲାଞ୍ଚ ଦାବି

ଖୋଲମ୍ ଖୋଲା ଭାବେ ସରକାରୀ ବାବୁଙ୍କ ଲାଞ୍ଚ ଦାବି । ପ୍ରକାଶ ଯେ,ଟିଟିଲାଗଡ ନିକଟସ୍ଥ ପିପଲପଦର ଗ୍ରାମ ର ରାମଚନ୍ଦ୍ର ତାଣ୍ଡି ନାମକ ଜଣେ ୭୦ ବର୍ଷୀୟ ବୃଦ୍ଧ ତାଙ୍କ ଜମି ସୀମା ନିର୍ଧାରଣ ବା ଡିମାର୍ଗେଶନ ପାଇଁ ଆବେଦନ କରି ଆଜିକୁ ୯ ମାସ ହେବ ଆର,ଆଇ ଙ୍କ ଦାବି ମୁତାବକ ୧୦ ହଜାର ଟଙ୍କା ଦେଇ ନ ପାରି ତାଙ୍କୁ ହଇରାଣ କରୁଥିବା ନିରାଶ ହୋଇ ପ୍ରକାଶ କରିଛନ୍ତି । ସେ ବିଭିନ୍ନ ଅଧିକାରୀ ଙ୍କୁ ଗୁହାରି କରି,କରି ଏବେ ମୁଣ୍ଡ ରେ ହାତ ଦେଇଛନ୍ତି । ଏହି ଟିଟିଲାଗଡ ତହସିଲ କୁ ଆସିଥିବା ବେଳେ ଆମ ନଜର କୁ ଆସିଥିଲେ ।

ଏପରିକି ସେ ଆମ ଜରିଆରେ ଅତ୍ୟନ୍ତ ନିରାଶ ହୋଇ ତାଙ୍କ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଗୁହାରି କରିଛନ୍ତି । ଏହି ରାମଚନ୍ଦ୍ର ତାଣ୍ଡି ଙ୍କ ଭଳି ଅନ୍ୟ ଆଖ, ପାଖ ତଥା ଦୂର, ଦୂରାନ୍ତ ରୁ ସରଳ ଲୋକ ଦୁର୍ଦ୍ଦଶା ଭୋଗ କରୁ ଥିବା ବେଳେ ବିଭାଗୀୟ ସଚିବ ଦୃଷ୍ଟି ଦେବା ସହ ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ଗ୍ରହଣ ଆବଶ୍ୟକ ବୋଲି ମତ ପ୍ରକାଶ ପାଇଛି ।