ନୂତନ ଉପଜିଲ୍ଲାପାଳଙ୍କୁ ଭାରତୀୟ ମାନବାଧିକାର ସଂରକ୍ଷଣ ପରିଷଦ ତରଫରୁ ସ୍ବାଗତ

0
50
ନୂତନ ଉପଜିଲ୍ଲାପାଳଙ୍କୁ

ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ
ଗୁଣପୁର : (୨/୨) : ରାୟଗଡ଼ା ଜିଲ୍ଲା ଗୁଣପୁର ଉପଖଣ୍ଡରେ ପ୍ରଥମ ମହିଳା ଆଇ ଏ ଏସ ଅଧିକାରୀ ସୁଶ୍ରୀ କିରନଦୀପ କୌର ସହୋତା ଉପଜିଲ୍ଲାପାଳ ଭାବେ ଦାୟିତ୍ଵ ଗ୍ରହଣ କରିଛନ୍ତି ।

ନୂତନ ଉପଜିଲ୍ଲାପାଳଙ୍କୁ ଭାରତୀୟ ମାନବାଧିକାର ସଂରକ୍ଷଣ ପରିଷଦ ତରଫରୁ ସ୍ବାଗତ । ୨୦୨୧ ବ୍ୟାଚ ର ଓଡ଼ିଶା କ୍ୟାଡରର ଆଇ ଏ ଏସ , ମୋସୁରିରେ ତାଲିମ ଶେଷ କରି ବାଲେଶ୍ଵର ଜିଲ୍ଲାରେ ୧୫ ମାସ ପ୍ରୋଵେସନରେ ବିଭିନ୍ନ କାର୍ଯ୍ୟାଳୟରେ କାର୍ଯ୍ୟ କରିଥିଲେ । କାର୍ଯ୍ୟରେ ଯୋଗଦେବା ପରେ ଉପଜିଲ୍ଲାପାଳ ସୁଶ୍ରୀ କିରନଦୀପ ଗୁଣପୁର ଉପଖଣ୍ଡର ସର୍ବାଙ୍ଗୀନ ଉନ୍ନତି କରିବା ସହ କୃଷି, କୃଷକ ଓ ଉନ୍ନୟନ କାର୍ଯ୍ୟକୁ ପ୍ରାଥମିକତା ଦେବେ ବୋଲି କହିଛନ୍ତି । ଆଜି ଭାରତୀୟ ମାନବାଧିକାର ସଂରକ୍ଷଣ ପରିଷଦ, ଓଡିଶା ଶାଖାର କର୍ମକର୍ତ୍ତା ମାନେ ଉପଜିଲ୍ଲାପାଳଙ୍କୁ ଭେଟି ପୁଷ୍ପଗୁଚ୍ଛ ପ୍ରଦାନ କରି ସ୍ବାଗତ କରିଛନ୍ତିି । ସୁଶ୍ରୀ କିରନଦୀପ ଉପାନ୍ତ ଅଞ୍ଚଳରେ ମିଳିମିଶି କାର୍ଯ୍ୟ କରିବା ସହ ସମସ୍ତଙ୍କ ସହଯୋଗ କାମନା କରିଥିଲେ ।

ଆଜି ଭାରତୀୟ ମାନବାଧିକାର ସଂରକ୍ଷଣ ପରିଷଦର ପ୍ରଭାକର ପୋଣ୍ଟୁରୁ (ଷ୍ଟେଟ ଚେୟାରମେନ), ପୋଣ୍ଟୁରୁ ରେଣୁକା (ଷ୍ଟେଟ ମହିଳା ଚେୟାର ପର୍ସନ), ଵିଭୂ ପ୍ରସାଦ ଶତପଥୀ (ଆଇନ ପରାମର୍ଶଦାତା) , ଲାଡି ସାଵରିଶ (ଷ୍ଟେଟ ୱ।ରକିଙ୍ଗ ଚେୟାରମେନ), ଏଲ୍ ନରସିଂହ ମୁର୍ତ୍ତି (ଷ୍ଟେଟ ଏଜୁକେଟିଭ ଅଫିସର), ବିପିନ ବିହାରୀ ପାଲକା (ଜେନେରାଲ ସେକ୍ରେଟାରୀ), ଜି ଚିନ୍ନିକ୍ରିଷ୍ଣା ( ଷ୍ଟେଟ ଡାଇରେକ୍ଟର), ଏମ୍ ରାମକ୍ରିଷ୍ଣା (ଷ୍ଟେଟ ଅର୍ଗାନାଇଜର), ଦାମୋଦର ଶବର, ମାର୍କଣ୍ଡ ଶବର, ଦାନିଏଲ ଶବର, ଧରେନ୍ଦ୍ର ଶବର, ଜୁନେସ ଶବର , ସୁବାସ ଶବର ପ୍ରମୁଖ ନୂତନ ଉପଜିଲ୍ଲାପାଳଙ୍କୁ ସାକ୍ଷାତ କରି ଶୁଭେଚ୍ଛା ଜ୍ଞାପନ କରିବା ସହ ସହଯୋଗ କାମନା କରିଥିଲେ ।