ବଲାଙ୍ଗୀର ରେ ଦାୟିତ୍ୱ ଗ୍ରହଣ କଲେ ନୂତନ ଜିଲ୍ଲାପାଳ

0
33
ବଲାଙ୍ଗୀର

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର, (୧/୨) : ବଲାଙ୍ଗୀର ଜିଲ୍ଲାର ନୂତନ ଜିଲ୍ଲାପାଳ ଭାବେ ଗୁରୁବାର ଦାୟିତ୍ୱ ଗ୍ରହଣ କରିଛନ୍ତି ଗୌରବ ଶିଓ୍ବାଜୀ ଇସଲଓ୍ବାର ।

୨୦୧୯ ଆଇଏଏସ୍‌ ବ୍ୟାଚ୍‌ର ଏହି ଅଧିକାରୀ ଏଥିପୂର୍ବରୁ କୋରାପୁଟ ଜିଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଭାବେ କାର୍ଯ୍ୟ କରୁଥିଲେ । ଆଜି ବଲାଙ୍ଗୀର ଜିଲ୍ଲାପାଳ କାର୍ଯ୍ୟାଳୟରେ ଅତିରିକ୍ତ ଜିଲ୍ଲାପାଳ ଲମ୍ବୋଦର ଧରୁଆଙ୍କଠାରୁ ସେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଦାୟିତ୍ୱ ଗ୍ରହଣ ପରେ ସେ ଗଣମାଧ୍ୟମକୁ କହିଛନ୍ତି, ଜିଲ୍ଲାରେ ଚାଲିଥିବା ଉନ୍ନୟନମୂଳକ କାର୍ଯ୍ୟଗୁଡ଼ିକ ଉପରେ ସେ ଫୋକସ କରିବେ । ଆଗାମୀ ସାଧାରଣ ନିର୍ବାଚନ ପରିଚାଳନା ଉପରେ ଜୋର ଦିଆଯିବ । ଏହାର ପ୍ରସ୍ତୁତି ଉପରେ ବିଶେଷ ଧ୍ୟାନ ଦିଆଯିବ । ବଲାଙ୍ଗୀର ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ ପ୍ରଭାବିତ ଲୋକମାନଙ୍କ ସମସ୍ୟା ସମାଧାନର ଦିଗରେ ଗୁରୁତ୍ୱ ଦିଆଯିବ ବୋଲି ସେ କହିଛନ୍ତି ।

ଆଜି ନୂଆ ଜିଲ୍ଲାପାଳଙ୍କୁ ଜିଲ୍ଲାର ବରିଷ୍ଠ ଅତିରିକ୍ତ ଜିଲ୍ଲାପାଳ ମହେନ୍ଦ୍ର ମହାପାତ୍ର, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ସୁଶାନ୍ତ କୁମାର ସିଂ, ବଲାଙ୍ଗୀର ଉପଜିଲ୍ଲାପାଳ ପ୍ରଭାସ ଦଣ୍ଡସେନା, ପାଟଣାଗଡ଼ ଉପଜିଲ୍ଲାପାଳ ବିଜୟ କୁମାର ସେଠୀ, ଅବକାରୀ ଅଧୀକ୍ଷକ ସୀତାକାନ୍ତ ମୁଦୁଲି, ଉଠାଜଳସେଚନ ନିର୍ବାହୀ ଯନ୍ତ୍ରୀ ସଚିଦାନନ୍ଦ ଦଳେଇ, ଜିଲ୍ଲା ଯୋଗାଣ ଅଧିକାରୀ ପ୍ରଭାକର ପାତ୍ର, ମିଶନ ଶକ୍ତି ଜିଲା ସଂଯୋଜିକା ସୁମନ ଦ୍ବିବେଦୀ ଓ ଅନ୍ୟମାନେ ଜିଲ୍ଲାପାଳ ଇସଲଓ୍ବାରଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରି ସ୍ବାଗତ ଜଣାଇଥିଲେ ।