ଗାଡ଼ି ଡିକି ଭାଙ୍ଗି ଦୁଇ ଲକ୍ଷ ଟଙ୍କା ଲୁଟ୍‌

0
34
ଗାଡ଼ି ଡିକି

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ରାୟଗଡ଼ା, (୦୨/୦୨) : ରାୟଗଡା ଜିଲ୍ଲା ଗୁଣୁପୁର ଷ୍ଟେଟ ବ୍ୟାଙ୍କ ସାମ୍ନାରୁ ଅଭିନବ ଉପାୟରେ ଲୁଟ୍ । ଗାଡ଼ି ଡିକି ତାଡ଼ି ଲୁଟ୍ ହୋଇଛି ୨ ଲକ୍ଷ ଟଙ୍କା

ସୂଚନା ଅନୁସାରେ, ଜଳତାର ଗ୍ରାମର ସୁରେନ୍ଦ୍ର ଦଳପତି SHG ଗ୍ରୁପ୍‌ର ଟଙ୍କା ଉଠାଇବା ପାଇଁ ଗୁଣୁପୁର ଷ୍ଟେଟ ବ୍ୟାଙ୍କକୁ ଆସିଥିଲେ। ବ୍ୟାଙ୍କରୁ ଟଙ୍କା ଉଠାଇ ସୁରେନ୍ଦ୍ର ଗାଡ଼ିର ଡିକିରେ ରଖିଥିଲେ । ଆଉ ଗାଡ଼ି ବୁଲାଇ ବାହାରିବା ବେଳେ କିଛି ଯୁବକ ସେହି ପାଖରେ ଟଙ୍କା ପକାଇ କହିଥିଲେ ଏ ଟଙ୍କା କାହାର । ସୁରେନ୍ଦ୍ର ଗାଡ଼ି ଛାଡ଼ି ଟଙ୍କା ପାଖକୁ ଗଲା ବେଳେ ଯୁବକମାନେ ତାଙ୍କ ଗାଡ଼ିର ଡିକି ଭାଙ୍ଗି ଦୁଇ ଲକ୍ଷ ଟଙ୍କା ନେଇ ଫେରାର ହୋଇ ଯାଇଥିବା ଅଭିଯୋଗ ହୋଇଛି । ଲୁଟେରାମାନେ ଡିକି ଭାଙ୍ଗି କିଭଳି ଭାବରେ ଟଙ୍କା ଲୁଟ୍ କରିଥିଲେ, ତା’ର ପୂରା ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ଏହି ଘଟଣାକୁ ନେଇ ସୁରେନ୍ଦ୍ର ଗୁଣୁପୁର ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ତଦନ୍ତ ଆରମ୍ଭ କରିଛି ।