ଗୁଣୁପୁର ଠାରେ ପ୍ରଥମ ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀ ଅନୁଷ୍ଠିତ

0
47
ଗୁଣୁପୁର

ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ
ଗୁଣପୁର, (୩/୨) : ଓଡିଆ ଭାଷାର ପ୍ରଚାର ପ୍ରସାର ତଥା ଗବେଷଣାକୁ ପ୍ରାଧାନ୍ୟ ଦେବା ହେଉଛି ପ୍ରଥମ ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀର ପ୍ରଥମ ଲକ୍ଷ । ଆଜି ଏହି ସମ୍ମିଳନୀ ରାଜ୍ୟ, ଜାତୀୟ ଓ ଅର୍ନ୍ତଜାତୀୟ ସ୍ତରରେ ଆୟୋଜନ କରାଯାଉଛି ।WhatsApp Image 2024 02 03 at 14.58.55 ଗୁଣୁପୁର ଠାରେ ପ୍ରଥମ ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀ ଅନୁଷ୍ଠିତ

ଏହି ଅବସରରେ ଆଜି ପ୍ରଥମେ ଗୁଣୁପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟଳୟରେ ବନ୍ଦେ ଉତ୍କଳ ଜନନୀ ଗାନ ପୂର୍ବକ ସମ୍ମୀଳନୀର ଶୁଭାରମ୍ଭ ହୋଇଥିଲା ‌। ତତ୍ ପରେ ଗୁଣୁପୁର ପୌରପରିଷଦ ତରଫରୁ ଟାଉନ ହଲ୍ ଠାରେ ଏକ ଭବ୍ୟ ସଭାର ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ଗୁଣୁପୁର ବିଧାୟକ ରଘୁନାଥ ଗମାଙ୍ଗ ଯୋଗ ଦେଇ ଓଡ଼ିଆ ଭାଷା ଆମ ଐତିହ୍ୟପୂର୍ଣ୍ଣ ଅତୀତର ଅସ୍ତିତ୍ବ ଓ ସୂର୍ଣ୍ଣିମ ଭବିଷ୍ୟତ ବୋଲି କହିବା ସହ ପ୍ରତିଦିନ ଦୁଇ ଧାଡି ଓଡ଼ିଆରେ ଲେଖିବାକୁ ଅନୁରୋଧ କରିଥିଲେ ‌। ସମ୍ମାନୀତ ଅତିଥି ଭାବେ ଗୁଣୁପୁର ଉପଜିଲ୍ଲାପାଳ ସୁଶ୍ରୀ କିରନଦୀପ କୌର ଯୋଗଦେଇ ଓଡ଼ିଆ ଭାଷା ପ୍ରତିଟି ଓଡ଼ିଆଙ୍କ ଗର୍ବ ବୋଲି କହିଥିଲେ । ପୌର ଅଧ୍ୟକ୍ଷା ମମତା ଗୌଡ ପ୍ରଥମ ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀ ହେଉଛି ପ୍ରତିଟି ଓଡ଼ିଆଙ୍କ ପାଇଁ ଜୀବନର ସବୁଠୁ ଗୌରବ ପୂର୍ଣ୍ଣ ଅଧ୍ୟାୟ ବୋଲି ନିଜ ଅଭିଭାଷଣରେ କହିଥିଲେ ।

ପୌରପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ସ୍ଵସ୍ତିକ ଜମାଦାର ନିଜ ଅଭିଭାଷଣରେ କହିଥିଲେ ଯେ , ରାଜ୍ୟ ତଥା ରାଜ୍ୟ ବାହାରେ ରହୁଥିବା ଓଡ଼ିଆ ଯୁଵଵର୍ଗଙ୍କ ମଧ୍ୟରେ ଜାଗରଣ ସୃଷ୍ଟି କରିବା ଉଦ୍ଦେଶ୍ୟରେ ଏହି ସମ୍ମିଳନୀ ଆୟୋଜନ କରାଯାଇଛି, ଭାଷା ହେଉଛି ପରମ୍ପରା ଓ ପ୍ରଗତିର ଏକ ସଂଯୋଜକ ସେତୁ , ବିକାଶକୁ ଯୋଡିଵାର ମୂଖ୍ୟ ମାର୍ଗ । ଏହି ଅବସରରେ କୁନି କୁନି ପିଲାଙ୍କୁ ନେଇ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଓ ସାହିତ୍ୟ ସାଧକ ଓ ଓଡ଼ିଆ ଭାଷା ପ୍ରେମିଙ୍କୁ ନେଇ କବିତା ପାଠ କରାଯାଇଥିଲା ।

ଶେଷରେ ବରିଷ୍ଠ ସାହିତ୍ୟିକ ମାନଙ୍କୁ ଉପଢୌକନ ଓ ଜଗନ୍ନାଥଙ୍କ ପ୍ରତିକୃତି ଦେଇ ସମ୍ମାନୀତ କରାଯାଇଥିଲା ‌। ବିଶେଷ କରି ଏହି ସମ୍ମିଳନୀର ଆୟୋଜନ ଦ୍ଵାରା ରାଜ୍ୟ , ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଓଡ଼ିଆ ଭାଷାର ପ୍ରଚାର ପ୍ରସାର ତଥା ଉନ୍ନତି କରାଯାଇପାରିବ ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ ।