ଚକ୍ଷୁ ପରିକ୍ଷଣ ଶିବିର ଅନୁଷ୍ଠିତ

0
39
ଚକ୍ଷୁ ପରିକ୍ଷଣ

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡା, (୦୪/୦୨) : ଜେକେ ପେପର ମିଲ୍ସ ର ସାମାଜିକ ଦାୟିତ୍ଵ ବୋଧ ବିଭାଗ ଓ ଏଲ୍ ଭି ପ୍ରସାଦ ଚକ୍ଷୁ ଅନୁଷ୍ଠାନ ତରଫରୁ ଆଜି କୋଲନରା ବ୍ଲକ ଅଧିନସ୍ଥ ଲେଲିବାଡି ଗ୍ରାମରେ ଏକ ଚକ୍ଷୁ ପରୀକ୍ଷା ଶିବିର ଆୟୋଜନ କରାଯାଇଥିଲା ।

ଚକ୍ଷୁ ପରିକ୍ଷଣ ଶିବିର ଅନୁଷ୍ଠିତ । ଏଥିରେ ୪୫ ଜଣ ଙ୍କର ଚକ୍ଷୁ ପରୀକ୍ଷା କରାଯାଇଥିଲା । ୧୩ ଜଣ ମୋତିଆବିନ୍ଦୁ ରୋଗୀ, ୩ ଜଣ ଟେରିଜିମ୍ ୧୭ ଜଣଙ୍କର ଦୃଷ୍ଟି ଦୋଷ ରୋଗୀ ବାହାରି ଥିଲେ। ପ୍ରଥମ ପର୍ଯ୍ୟାୟରେ ୧୩ ଜଣ ଙ୍କୁ ଏଲ୍ ଭି ପ୍ରସାଦ ଚକ୍ଷୁ ଅନୁଷ୍ଠାନ କୁ ଅସ୍ତ୍ରୋପଚାର ପାଇଁ ପଠାଗଲା । ଏଲ୍ ଭି ପ୍ରସାଦ ଚକ୍ଷୁ ଅନୁଷ୍ଠାନ ର ଅଫଥାଲ୍ମୋଜିଷ୍ଟ ଜଗଦୀଶ କୋଣ୍ଡାଗରି ଓ ଜେକେ ପେପର୍ ମିଲ୍ସ ର ସାମାଜିକ ଦାୟିତ୍ଵ ବିଭାଗ ର ଅଧିକାରୀ ହରିହର ଖମାରି କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ । ଏହି ପରି ପ୍ରତି ମାସରେ ଅନ୍ୟୁନ ୨୦୦ ଚକ୍ଷୁ ରୋଗୀ ଙ୍କର ଚକ୍ଷୁ ପରୀକ୍ଷା କରାଯାଉଛି । ଅସ୍ତ୍ରୋପଚାର ପରେ ସମସ୍ତଙ୍କୁ ଔଷଧ ଓ ଚଶମା ପ୍ରଦାନ କରାଯିବ ।