କମ୍ପ୍ୟୁଟର ଟ୍ରେନିଂ କୋର୍ସ ପାଇଁ ଜିଲ୍ଲା ସ୍ତରୀୟ “ପରାମର୍ଶ ଓ ତାଲିମ ଶିବିର” ଅନୁଷ୍ଠିତ

0
31
କମ୍ପ୍ୟୁଟର ଟ୍ରେନିଂ

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡା, (୦୬/୦୨) : ସହର ଆମ୍ବଗୁଡ଼ା ସ୍ଥିତ କୌଶଳ ତାଲିମ କେନ୍ଦ୍ର ଠାରେ ନୁଆ ଓଡ଼ିଶା ତଥା ନୂତନ ଉନ୍ନତ ଅଭିଳାଷ ସ୍କିମ ଜରିଆରେ ଲୋକମୋଟର ଦିବ୍ୟାଙ୍ଗ ମାନଙ୍କୁ ୩୦ ଦିନିଆ ପ୍ୟାକେଜିଙ୍ଗ ଆପାରେଲ ଇଣ୍ଡଷ୍ଟ୍ରି ତଥା କମ୍ପ୍ୟୁଟର ଟ୍ରେନିଂ କୋର୍ସ ପାଇଁ ଜିଲ୍ଲା ସ୍ତରୀୟ “ପରାମର୍ଶ ଓ ତାଲିମ ଶିବିର” ଅନୁଷ୍ଠିତ ହୋଇଯାଇଛି ।

ନୂଆଦିଲ୍ଲୀ ସ୍ଥିତ “ସେନ୍ଥିୟା ମଲ୍ଟି ଭେଞ୍ଚର୍ସ ପ୍ରାଇଭେଟ୍ ଲିମିଟେଡ଼” ତରଫରୁ ଆୟୋଜିତ କମ୍ପ୍ୟୁଟର ଟ୍ରେନିଂ କୋର୍ସ ପାଇଁ ଜିଲ୍ଲା ସ୍ତରୀୟ “ପରାମର୍ଶ ଓ ତାଲିମ ଶିବିର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାୟଗଡ଼ ଭିନ୍ନକ୍ଷମ ମହାସଂଘର ଜିଲ୍ଲା ସଭାପତି ଶିଶିର ରାଉଳ ଓ ସମ୍ମାନିତ ଅତିଥି ଭାବେ ଜିଲ୍ଲା ସଂପାଦକ ଅମରେନ୍ଦ୍ର ନାଥ ଯୋଗ ଦେଇ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାକୁ ପ୍ରଶଂସା କରିବା ସହିତ ଗୁରୁତ୍ଵପୂର୍ଣ୍ଣ ପ୍ରସଙ୍ଗ ଉପରେ ବକ୍ତବ୍ୟ ଦେଇ ଉପସ୍ଥିତ ଥିବା ଦିବ୍ୟାଙ୍ଗ ମାନଙ୍କୁ ଉତ୍ସାହିତ କରିଥିଲେ । ସ୍କିଲ ଟ୍ରେନିଂ କୁଶଳୀ ତାଲିମ ବିଶେଷଜ୍ଞ ବିଭୂତି ଭୂଷଣ ସ୍ୱାଇଁ ଓ ଯୁବ ସାମ୍ବାଦିକ ଗୋପୀନାଥ ଗୌଡ଼ ସଦୟ ମୂଲ୍ୟବାନ ପରାମର୍ଶ ଦେଇଥିଲେ । ରାୟଗଡା ସ୍ଥିତ ସେନ୍ଥିୟା ସ୍କିଲ୍ ଟ୍ରେନିଂ ସେଣ୍ଟର୍ ପରିଚାଳକ ତଥା ସଂଯୋଜକ ଶ୍ରୀ ବିଜୟ କୁମାର ମେଲେକାଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାୟଗଡା ଜିଲ୍ଲାର ବିଭିନ୍ନ ବ୍ଲକର ଦିବ୍ୟାଙ୍ଗ ଯୁବକ ମାନେ ନିଜର ଅଭିଭାବକ ମାନଙ୍କ ସହ ଯୋଗ ଦେଇ ସ୍କିଲ ଟ୍ରେନିଙ୍ଗ ନେବାରେ ଉତ୍ସାହିତ ହୋଇଥିବାର ଦେଖିବାକୁ ମିଳିଛି ।

ଓଡିଶା ସରକାର ଙ୍କ ଦ୍ଵାରା “ନୂଆ- ଓଡିଶା” ସ୍କୀମ ରେ ୩୦ଦିନିଆ ତାଲିମ୍ ଶିବିର ରେ ଦିବ୍ୟାଙ୍ଗ ଛାତ୍ର ମାନଙ୍କୁ ମାଗଣାରେ ରହିବା ଓ ଖାଇବା ବ୍ୟବସ୍ତା ସହିତ ୟୁନିଫର୍ମ ପ୍ରଦାନ କରାଯିବ । ଟ୍ରେନିଙ୍ଗ ପରେ ରାୟଗଡ଼ ସ୍ଥିତ ଜିଲ୍ଲା ନିୟୋଜନ କାର୍ଯ୍ୟଳୟର ଅଧିକାରୀ ଙ୍କ ଦ୍ଵାରା କାର୍ଯ୍ୟ ମୂଲ୍ୟାଙ୍କନ କରିବା ପରେ ନିୟମନୁଜାୟୀ “ସେନ୍ଥିୟା ମଲ୍ଟି ଭେଞ୍ଚର୍ଷ ପ୍ରାଇଭେଟ୍ ଲିମିଟିଡ” କମ୍ପାନୀର ତତ୍ୱାବୋଧନରେ ଭାରତର ପ୍ରତିଷ୍ଠିତ ଆପାରେଲ୍ କମ୍ପାନୀରେ ନିଯୁକ୍ତି ଦିଆଯିବ ।

ପ୍ରଥମ ପର୍ଯ୍ୟାୟରେ ମାତ୍ର ୬୦ଜଣଙ୍କୁ ଟ୍ରେନିଙ୍ଗ ଦେବା ପାଇଁ ବ୍ୟବସ୍ତା କରାଯାଇଥିବା ବେଳେ, ଦ୍ଵିତୀୟ ପର୍ଯ୍ୟାୟରେ ଅଧିକ ଛାତ୍ର ଛାତ୍ରୀ ଙ୍କୁ ଟ୍ରେନିଙ୍ଗ ଦିଆଯିବ । ଏହି କାର୍ଯ୍ୟକ୍ରମରେ ସ୍କିଲ ଟ୍ରେନିଙ୍ଗ ସେଣ୍ଟରର କର୍ମଚାରୀ ଶ୍ରୀ ବିକାଶ କୁମାର ସ୍ବାଇଁ, ବିକାଶ ମୁନି, ନିଲୁ ନାୟକ, ସାହିଲ୍ ପ୍ରଧାନ ସମେତ ଗୁଣୁପୁର ସ୍ଥିତ ଜିଲ୍ଲା ନିୟୋଜନ କେନ୍ଦ୍ରର କର୍ମଚାରୀ ଶ୍ରୀ ମୁନା ପଣ୍ଡା ସହଯୋଗ କରିଥିଲେ ।