ରାୟଗଡା ଜିଲ୍ଲାସ୍ତରୀୟ ଜନଜାତି ମହୋତ୍ସବ ଉଦ୍ଘାଟିତ

2
66
ରାୟଗଡା

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡା, (୦୨/୦୨) : ତିନିଦିନ ଧରି ଚାଲିବାକୁ ଥିବା ଏହି ମହୋତ୍ସବ ର ପ୍ରଥମ ଦିନରେ ମୁଖ୍ୟ ଅତିଥି ଭାବେ ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ ଯୋଗ ଦେଇ ଜନଜାତି ପରମ୍ପରା ଅନନ୍ୟ ବୋଲି କହିବା ସହ ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଦିବାସୀ ଜିଲ୍ଲା ଗୁଡ଼ିକରେ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଗଠନ କରି ଆଦିବାସୀ ସଂସ୍କୃତିକୁ ଲୋକଲଚନକୁ ଆଣିବା ପାଇଁ ପ୍ରୟାସ କରିଛନ୍ତି ବୋଲି କହିଥିଲେ ।WhatsApp Image 2024 02 02 at 08.49.04 ରାୟଗଡା ଜିଲ୍ଲାସ୍ତରୀୟ ଜନଜାତି ମହୋତ୍ସବ ଉଦ୍ଘାଟିତ

ଉକ୍ତ କାର୍ଯ୍ୟକ୍ରମରେ SDC ରାଜ୍ୟ ଉପଦେଷ୍ଟା ପ୍ରଦୀପ ମାଝି, ରାୟଗଡା ଜିଲ୍ଲା SDC ଅଧ୍ୟକ୍ଷା ଅନୁଷୟା ମାଝି, ବିଧାୟକ ମକରନ୍ଦ ମୁଦୁଲି, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସରସ୍ଵତୀ ମାଝି, STC ଉପାଧ୍ୟକ୍ଷ ଏଡିମ୍ ଭାସ୍କର ରଇତ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ବିଷ୍ଣୁ ପ୍ରସାଦ ପାତ୍ର ପ୍ରମୁଖ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ । ଏହି ଉଚ୍ଚବରେ ଶହେଟି ଷ୍ଟଲରେ ଆଦିବାସୀ ଜନଜାତି ଙ୍କ ଛାପ ଦେଖିବାକୁ ମିଳିଛି । SHG ମହିଳା ମାନେ ହସ୍ତଶିଳ୍ପୀ ଗୁଡ଼ିକ ପ୍ରଦର୍ଶନୀ କରିବା ସହ ବିକ୍ରି କରିବା ଦେଖିବା ପାଇଁ ମିଳିଛି । ଆଦିବାସୀ ନୃତ୍ୟରେ ମଞ୍ଚ ଦୁଲୁକାଇଥିଲେ କଳାକାର ମାନେ । ନାନା ପ୍ରକାରେ ଆଲ କରେ ସୁସଜ୍ଜିତ ମଣ୍ଡପ ଦର୍ଶକଙ୍କ ମନ ମହିବା ସହିତ ଅନେକ ସମୟ ଧରି ହଜାର ହଜାର ସଂଖ୍ୟାରେ ଦର୍ଶକ ସଂସ୍କୃତିକୁ କାର୍ଯ୍ୟକ୍ରମ ଗୁଡ଼ିକ ମଜା ଉଠାଇଥିଲେ । କାର୍ଯ୍ୟକ୍ରମରେ ଦ୍ଵିତିଚନ୍ଦ୍ର ସାହୁ, ଏବଂ ଆଙ୍କର ବିଦିସା ଶତପଥି ମଞ୍ଚ ପରିଚାଳନା କରିଥିଲେ ।

2 COMMENTS

Comments are closed.