୨ ଜଣ ହାର୍ଡକୋର ମହିଳା ମାଓବାଦୀଙ୍କ ଆତ୍ମସମର୍ପଣ

0
44
୨ ଜଣ

ରିପୋର୍ଟ : ସନ୍ତୋଷ କୁମାର ନାୟକ
ସୁବର୍ଣ୍ଣପୁର, (୦୭/୦୨) : ୨ ଜଣ ହାର୍ଡକୋର ମହିଳା ମାଓବାଦୀ ପୋଲିସ ସାଉଥ ରେଞ୍ଜ IGP ଜୟନାରାୟଣ ପଙ୍କଜ ଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି l

ବୌଦ୍ଧ ଜିଲ୍ଲା ପୋଲିସ ମୁଖ୍ୟାଳୟ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଆତ୍ମସମର୍ପଣ କରିଥିବା ୨ ଜଣ ହାର୍ଡକୋର ମହିଳା ମାଓବାଦୀଙ୍କୁ ସ୍ୱାଗତ କରିବା ସହ ସରକାରଙ୍କ ସମସ୍ତ ସୁବିଧା ଯୋଗାଇଦେବା ପାଇଁ ପ୍ରତିଶୃତି ଦେଇଥିଲେ l ଦୁଇ ମହିଳା ହାର୍ଡକୋର ମାଓବାଦୀଙ୍କ ଆତ୍ମସମର୍ପଣ ସମୟରେ ବୌଦ୍ଧ ଏସପି ରାଜ ପ୍ରସାଦଙ୍କ ସମତେ ଅନ୍ୟ ଅଧିକାରୀମାନେ ଉପସ୍ଥିତ ରହିଥିଲେ l ଦୁଇ ହାର୍ଡକୋର ମାଓବାଦୀ ହେଲେ ୨୧ ବର୍ଷୀୟା ମନୀଷା ଥାଟି ଓ ୨୨ ବର୍ଷୀୟା ଚମ୍ପା କୋରାମ l ଦୁହେଁ ଛତିଶଗଡର ହୋଇଥିବା ବେଳେ କେକେବିଏନ୍ ଡିଭିଜନ ରେ ଯୋଗ ଦେଇଥିଲେ l ସେମାନେ ୨୦୧୮ ଠାରୁ ସିପିଆଇ (ମାଓବାଦୀ) ସଂଗଠନରେ କାର୍ଯ୍ୟ କରୁଥିଲେ l ଉଭୟ ଛତିଶଗଡ ଏବଂ ଓଡିଶା ରାଜ୍ୟରେ ଅନେକ ହିଂସା ଘଟଣାରେ ସମ୍ପୃକ୍ତ ଥିଲେ ।

ମାଓବାଦୀ ସଂଗଠନରେ ମହିଳା କ୍ୟାଡରକୁ ଯୌନ ନିର୍ଯ୍ୟାତନା, ମିଥ୍ୟା ପ୍ରତିଶ୍ରୁତି, ସାନମାନଙ୍କୁ ଭୟଭୀତ କରାଇବା ତଥା ପାଣ୍ଠି ଯୋଗାଇବା ଭଳି ଅନୈତିକ କାର୍ଯ୍ୟକଳାପ କରୁଥିବା ଯୋଗୁଁ ସେମାନେ ବିବ୍ରତ ଓ ନିରାଶ ହୋଇଥିଲେ । ଶେଷରେ ସରକାରଙ୍କ ଆତ୍ମସମର୍ପଣ ଏବଂ ପୁନଃ ଥଇଥାନ ଯୋଜନାରେ ଆକର୍ଷିତ ହେବା ସହ ସାଧାରଣ ଜୀବନଯାପନ କରିବାକୁ ମନସ୍ଥ କରି ସେମାନେ ଆତ୍ମସମର୍ପଣ କରିଥିବା କହିଛନ୍ତି । ଅନ୍ୟପକ୍ଷରେ ଏବେ ବି ଯେଉଁମାନେ ମାଓବାଦୀ ସଂଗଠନରେ କାର୍ଯ୍ୟ କରୁଛନ୍ତି ସେମାନେ ଆତ୍ମସମର୍ପଣ କରି ସରକାରଙ୍କ ଆତ୍ମସମର୍ପଣ ଏବଂ ପୁନଃ ଥଇଥାନ ଯୋଜନାର ସୁଯୋଗ ନେବାକୁ ସାଉଥ ରେଞ୍ଜ IGP ଓ SP ପରାମର୍ଶ ଦେଇଛନ୍ତି l