ସୁବର୍ଣ୍ଣପୁର ରୁ ଶ୍ରୀ କ୍ଷେତ୍ର ପୁରୀ କୁ ରେଳ ସେବା ର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

1
57
ସୁବର୍ଣ୍ଣପୁର

ରିପୋର୍ଟ : ଧୃବରାଜ ମିଶ୍ର
ସୁବର୍ଣ୍ଣପୁର, (୦୩/୦୨): ସୁବର୍ଣ୍ଣପୁର ଜିଲ୍ଲାରେ ଆଜି ଅନେକ ଦିନର ପ୍ରତୀକ୍ଷାର ଅନ୍ତ ହୋଇଛି । ସଫଳ ହେଲା ସଂଗ୍ରାମ । ଦଶନ୍ଧି ଦଶନ୍ଧି ର ଦାବୀ ହୋଇଛି ପୂରଣ ।

କଳା ସଂସୃତିର ଜିଲ୍ଲା ପାତାଳୀ ଶ୍ରୀକ୍ଷେତ୍ର ସୁବର୍ଣ୍ଣପୁର ରୁ ସିଧା ଶ୍ରୀ କ୍ଷେତ୍ର ପୁରୀକୁ ଗଡିଲା ଟ୍ରେନ । ଜିଲ୍ଲା ଗଠନର ତିନି ଦଶନ୍ଧି ପରେ ଜିଲ୍ଲାରୁ ରେଳ ସୁବିଧା ପାଇଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବଲପୁର ଗସ୍ତରେ ଆଜି ଆସି ଆଭାସୀ ମଧ୍ୟମରେ ଲୋକାର୍ପଣ କରିଛନ୍ତି ଖୋର୍ଦ୍ଧା – ବଲାଙ୍ଗୀର ରେଳ ପ୍ରକଳ୍ପର ସୋନପୁର ଷ୍ଟେସନକୁ । ଏହାକୁ ନେଇ ସୁବର୍ଣ୍ଣପୁର ଜିଲ୍ଲାବାସୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି l ଖୋର୍ଦ୍ଧା – ବଲାଙ୍ଗୀର ରେଳ ଲାଇନର ଏକ ଅଂଶ ହେଉଛି ସୁବର୍ଣ୍ଣପୁର ରୁ ବଳାଙ୍ଗୀର ରେଳ ଲାଇନ । ଏହି ପ୍ରକଳ୍ପର କାର୍ଯ୍ୟ ଉଭୟ ପଟୁ ଚାଲୁଥିବା ବେଳେ ବଲାଙ୍ଗୀର ରୁ ସୋନପୁର ୫୦କିମି ରେଳ ଲାଇନ ନିର୍ମାଣ ସରିଛି ।

ସମସ୍ତ ପ୍ରକାର ପରୀକ୍ଷା ପରେ ଆଜି ରେଳ ଲାଇନ ଓ ସୋନପୁର ଷ୍ଟେସନକୁ ଆଭାସୀ ମାଧ୍ୟମରେ ଲୋକାର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ । ଏହାର ଲୋକର୍ପଣ ପରେ ଦୈନିକ ଗୋଟିଏ ଟ୍ରେନ ସୋନପୁର ରୁ ବଲାଙ୍ଗୀର ମଧ୍ୟରେ ଚଳାଚଳ କରିବ ଓ ଏକ ଟ୍ରେନ ସାପ୍ତାହିକ ଗୋଟିଏ ଦିନ ସୋନପୁର ରୁ ପୁରୀକୁ ଚଳାଚଳ କରିବ । ଫଳରେ ସ୍ଥାନୀୟ ଜନସାଧାରଣ ଶ୍ରୀକ୍ଷେତ୍ର ପୁରୀକୁ ଜଗ୍ନନାଥଙ୍କୁ ଦର୍ଶନ କରିବା ପାଇଁ ସହଜ ହେବ । ଏହାକୁ ନେଇ ଜିଲ୍ଲା ବାସୀ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି l

ସୁବର୍ଣ୍ଣପୁର ରୁ ବୌଦ୍ଧ ରେଳ ଲାଇନ କାମ ଚାଲୁଥିବା ବେଳେ ସୋନପରୁ ରେଳ ଷ୍ଟେସନର ଲୋକର୍ପଣ ହୋଇଛି । ଏହି ରେଳ ପ୍ରକଳ୍ପ ପାଇଁ ବ୍ରିଟିଶ ଅମଳରୁ ପ୍ରସ୍ଥାବିତ ହୋଇଥିଲେ ମଧ୍ୟ ଏଯାଏଁ ସମ୍ପୁର୍ଣ୍ଣ ହୋଇନଥିଲା । ୨୦୦୬ ମସିହାରେ ଖୋର୍ଦ୍ଧା – ବଲାଙ୍ଗୀର ରେଳ କ୍ରୀୟାନୁଷ୍ଟାନ କମିଟି ପକ୍ଷରୁ ତୁରନ୍ତ ସମ୍ପୁଣ୍ଣ କରିବା ପାଇଁ ଅନେକ ସମୟରେ ଆନ୍ଦୋଳନ ମାଧ୍ୟମରେ କେନ୍ଦ୍ର ସରକାର ଓ କେନ୍ଦ୍ର ରେଳ ମନ୍ତ୍ରଣାଳୟର ଦୃଷ୍ଟି ଆକର୍ଷଣ କରାଯାଇଥିଲା । ପ୍ରାୟ ଦୁଇ ଦଶନ୍ଧି ଧରି ବାରମ୍ବାର ଦାବୀ ପରେ ଆଜି ହୋଇଛି ପୂରଣ । ମାଲ ପରିବହନ ସହିତ ଯାତ୍ରୀ ମାନଙ୍କ ଯାତାୟାତ ତଥା ରାଜନୈତିକ ଓ ଅର୍ଥନୈତିକ ବିକାଶ ହେବ ବୋଲି ଆଶା ରଖିଛନ୍ତି ଜିଲ୍ଲାର ଜନସାଧାରଣ । ରେଳ ଚଳାଚଳ ପରେ ଏବେ ଜିଲ୍ଲା ବାସୀ ଖୁସି ବ୍ୟକ୍ତ କରିବା ସହିତ ଉଭୟ ସରକାରଙ୍କୁ ଧନ୍ୟବାଦ ଦେଇଛନ୍ତି l

1 COMMENT

Comments are closed.