ପରିବହନ ମନ୍ତ୍ରୀ ଙ୍କ ସହର ଓ ଡାକ୍ତରଖାନା ରେ ବେସରକାରୀ ଭାବେ ନିୟମ ଉଲ୍ଲଙ୍ଘନ,ବିଭାଗୀୟ ସଚିବ ଦୃଷ୍ଟି ଦେବାକୁ ଦାବି

0
23
ପରିବହନ ମନ୍ତ୍ରୀ

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର/ଟିଟିଲାଗଡ, (୦୭/୦୨) : ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ ଜିଲ୍ଲା ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟରେ ଦୀର୍ଘ ୨୩ ବର୍ଷ ଧରି ତଥା ଉକ୍ତ ଗାଡ଼ିର କୌଣସି କାଗଜ, ପତ୍ର ନ ଥାଇ ଏପରିକି ହାଇ ସିକ୍ୟୁରିଟି ନଂ ନିୟମ ପ୍ରଣୟନ ସତ୍ବେ କାର୍ଯ୍ୟକାରୀ ନ କରି ବେଆଇନ ଭାବେ ବ୍ୟବହୃତ ହୋଇଚାଲିଛି ।

ପରିବହନ ମନ୍ତ୍ରୀ ଙ୍କ ସହର ଓ ଡାକ୍ତରଖାନା ରେ ବେସରକାରୀ ଭାବେ ନିୟମ ଉଲ୍ଲଙ୍ଘନ,ବିଭାଗୀୟ ସଚିବ ଦୃଷ୍ଟି ଦେବାକୁ ଦାବି । ପ୍ରକାଶ ଯେ,ଏହି ସ୍ବାସ୍ଥ୍ୟ ସେବା ପରିବହନ ବିଭାଗ ର ଏହି ଗାଡ଼ି ନଂ ୦୪-୦୩- ଏ ୪୬୨୩ କୁ ବେଆଇନ ଭାବେ ବ୍ୟବହୃତ କରାଯାଇ ଆସୁଛି । ସରକାରୀ ଭାବେ କଡ଼ା, କଢି ଭାବେ ସାମାନ୍ୟ ହାଇ ସିକ୍ୟୁରିଟି ନମ୍ବର ଯଦି ଏକ ବାଇକ୍ ର ନ ଥାଏ ତେବେ ଛଅ ହଜାର ଟଙ୍କା ଲେଖାଏଁ ଜୋରିମାନା ଆଦାୟ କରାଯାଉଛି । ହେଲେ ଏହି ଚାରି,ଚକିଆ ପରିବହନ ଗାଡ଼ି କୁ ଦୀର୍ଘ ୨୩ ବର୍ଷ ଧରି ବ୍ୟବହାର କରି ଆସିବା ତଥା ବିଶେଷ ଦ୍ରଷ୍ଟବ୍ୟ ଯେ, ବିଗତ କିଛି ମାସ ମଧ୍ୟରେ ସ୍ଥାନୀୟ ବିଧାୟିକା,ତଥା ପରିବହନ ମନ୍ତ୍ରୀ ଙ୍କ ନିଜ ସହର ରେ ଡି ଏ ଭି ପବ୍ଲିକ ସ୍କୁଲ ଉପରେ ଚଢାଉ କରି ଫାଇନ ଆଦାୟ ସହ ୩ ଗୋଟି ଗାଡ଼ି କୁ ଅଚଳ କରିଥିଲେ । ହେଲେ ଉକ୍ତ ଭଙ୍ଗା, ଦଦରା ଗାଡ଼ି ରେ କୁନି, କୁନି ଛୋଟ, ଛୋଟ ଶିଶୁଙ୍କ ଜୀବନ ସହ ଖେଳା ଯିବା ଲିଖିତ ଅଭିଯୋଗ ବାରମ୍ବାର ହେବା ସତ୍ତ୍ୱେ ଗାନ୍ଧାରୀ ସାଜି ଥିବା ମନ୍ତ୍ରୀ ଙ୍କ ନିରବତା ନେଇ ଜନ ଜାଗୃତି ମଞ୍ଚ ଲିଖିତ ଅଭିଯୋଗ ଚାରି ଥର କରି ସାରିଛି ।

ନାମକୁ ମାତ୍ର ଚଢାଉ କରି ଦେଇ କିଛି ବିଭାଗୀୟ ଅଧିକାରୀ ମୋଟା ଅଙ୍କର ଅର୍ଥ କାରବାର କରି ନୀରବ ରହିଛନ୍ତି ବୋଲି ଅଭିଯୋଗ ହୋଇଛି । ହେଲେ ଏହି ଡାକ୍ତରଖାନାରେ ୨୩ ବର୍ଷ ଧରି ଚାଲିଥିବା ଏହି ଗାଡ଼ି ସ୍ବାସ୍ଥ୍ୟ ବିଭାଗ ର କହି ଅଭିଯୋଗ ମୁତାବକ କିଛି ପଦକ୍ଷେପ ନିଆ ନ ଯିବା ଲିଖିତ ଅଭିଯୋଗ ପତ୍ର ମାନ ବିଭିନ୍ନ ଅଧିକାରୀ ଙ୍କୁ ପ୍ରେରଣ କରାଯାଇଛି । ବିଶେଷ ଦ୍ରଷ୍ଟବ୍ୟ ଯେ,ଏହି ଗାଡ଼ି ଟି କାହାର ଓ କିଭଳି ସରକାରୀ ସ୍ଵାସ୍ଥ୍ୟ ବିଭାଗ ରେ ବ୍ୟବହୃତ ହୋଇ ଆସୁଛି ତାର କୌଣସି କାଗଜ, ପତ୍ର ନାହିଁ ବୋଲି ଅଭିଯୋଗ ହୋଇଛି । ଏ ନେଇ ଅଭିଯୋଗ କ୍ରମେ ଉକ୍ତ ସ୍କୁଲ ର ତିନି ଗୋଟି ଜବତ ଗାଡ଼ି ତଥା ବେଆଇନ ଭାବେ ପରିବହନ ମନ୍ତ୍ରୀ ଙ୍କ ନିଜ ସହର ର ଚିକିତ୍ସାଳୟ ରେ ବ୍ୟବହୃତ ବେଆଇନ ଗାଡ଼ି ନେଇ ବିଭାଗୀୟ ମୁଖ୍ୟ ଶାସନ ସଚିବ ଦୃଷ୍ଟି ଦେବାକୁ ଦାବି ହେଉଛି ।