ହାଟଶେଷଖାଲ ଗ୍ରାମ ପଞ୍ଚାୟତରେ “ମୋ ଓଡ଼ିଶା ନବୀନ ଓଡ଼ିଶା” କାର୍ଯ୍ୟକ୍ରମ ଅନୁଷ୍ଠିତ

0
58
ହାଟଶେଷଖାଲ

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡା, (୦୮/୦୨) : ରାୟଗଡା ବ୍ଲକ ହାଟଶେଷଖାଲ ଗ୍ରାମ ପଞ୍ଚାୟତରେ “ମୋ ଓଡ଼ିଶା ନବୀନ ଓଡ଼ିଶା” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।WhatsApp Image 2024 02 08 at 11.51.47 ହାଟଶେଷଖାଲ ଗ୍ରାମ ପଞ୍ଚାୟତରେ "ମୋ ଓଡ଼ିଶା ନବୀନ ଓଡ଼ିଶା" କାର୍ଯ୍ୟକ୍ରମ ଅନୁଷ୍ଠିତ

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଆମ ଓଡ଼ିଶା ନବୀନ ଓଡ଼ିଶା କଡିନେଟର ପି. ଗୌରୀ ଶଙ୍କର, ସମ୍ମାନିତ ଅତିଥି ଭାବେ ପୂର୍ବତନ ସରପଞ୍ଚ ଜିଆନା କିଲାକା ଓ ସରପଞ୍ଚ ଯୁଧିଷ୍ଠୀ ଚୌଧୁରୀ, ନାଏବ ସରପଞ୍ଚ ଗୌରୀ ଜିଲାକାରା, ୱାର୍ଡ ମେମ୍ବର ବାବୁରାଓ ପ୍ରମୁଖ ଯୋଗ ଦେଇଥିଲେ । ରାଜ୍ୟ ସରକାରଙ୍କ ଜନହିତକାରୀ ଯୋଜୋନା ଗୁଡ଼ିକ ବିଷୟରେ ଲୋକଙ୍କୁ ସଚେତନ କରାଇବା ଓ ଉକ୍ତ ଯୋଜନା ଗୁଡ଼ିକର ଲାଭ ହିତାଧିକାରୀ ଙ୍କ ପାଖରେ କେଉଁଭଳି ପହଞ୍ଚି ପାରିବ ସେ ନେଇ ସବିଶେଷ ତଥ୍ୟ ଅତିଥି ମାନେ ପ୍ରଦାନ କରିଥିଲେ ।

ନିର୍ବାହୀ ଅଧିକାରୀ ରବି ଚନ୍ଦ୍ର ବେହେରା ଏବଂ ଅତିଥି ମାନେ ଜଗନ୍ନାଥଙ୍କ ଫୋଟ ଚିତ୍ରରେ ପୁଷ୍ପ ମାଲ୍ୟ ଅର୍ପଣ କରିବା ସହ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମର ଆରମ୍ଭ କରାଯାଇଥିଲା । ଗ୍ରାମ ପଞ୍ଚାୟତ ଶେଷଖାଲର ୧୩ଟି ପ୍ରକଳ୍ପ ପାଇଁ ୫୦ଲକ୍ଷ ଟଙ୍କା, ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନା ୮୬୮ପରିବାର ପାଇଥିବା ବେଳେ, କାଳିଆ ଯୋଜନାରେ ୬୨୯ପରିବାର, ସାମାଜିକ ସୁରକ୍ଷା ଭତ୍ତା ୫୪୫ ହିତାଧିକାରୀଙ୍କୁ ଭତ୍ତା, ୧୫ଟି ମିଶନ ଶକ୍ତି ଗ୍ରୁପ୍ କୁ ୫୨.୫୦ଲକ୍ଷ ଟଙ୍କା ର ବିନା ସୁଧରେ ଋଣ ପ୍ରଦାନ କରଯାଇଛି ।

୮୨୨ ଗୋଟି ପରିବାର କୁ ରେଶନ କାର୍ଡ, ୧୭୬ଜଣ ଗର୍ଭବତୀ ମହିଳାଙ୍କୁ ମମତା ସହାୟତା, ଆମ ବ୍ୟାଙ୍କ୍ ସେବା, ଲକ୍ଷ୍ମୀ ବସ୍ ସେବା ଏବଂ ସରକାରଙ୍କ ଅନେକ ଗୁଡ଼ିଏ ଯୋଜନା ଗୁଡ଼ିକର ଲାଭ ଉଠାଇ ଲୋକେ ପୁଣିଥରେ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କୁ ମୁଖ୍ୟମନ୍ତ୍ରି ବନାଇବା ପାଇଁ ଅନୁରୋଧ କରିବା ସହ ରାଜ୍ୟ ସରକାର ରାଜ୍ୟ ବାସିଙ୍କ ପାଇଁ ସମ୍ପୂର୍ଣ ଭାବେ ସମର୍ପିତ ସେଥିପାଇଁ ରାଜ୍ୟ ସରକାରଙ୍କ ମୂଖ୍ୟମନ୍ତ୍ରୀ ବନାଇ ନବୀନ ପଟ୍ଟନାୟକଙ୍କ ହାତ ମୁଠାକୁ ଦୃଢ଼ କରାଇବା ନିମନ୍ତେ ପ୍ରତିବଦ୍ଧ ବୋଲି କହିଛନ୍ତି ।