ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାର ସଚେତନତା କାର୍ଯକ୍ରମ ଅନୁଷ୍ଠିତ

0
38
ଆମ ଓଡ଼ିଶା

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର, (୦୬/୦୪) : ଗତ ତାରିଖ -୦୪.୦୨.୨୦୨୪ ବୁଧବାର ଦିନ,ବେଲପଡା ବ୍ଲକର ଭରୁଆପାଲି ଗ୍ରାମ ପଞ୍ଚାୟତରେ ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାର ସଚେତନତା କାର୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି ।

ଏଥିରେ ବେଲପଡା ପଂଚାୟତ ସମିତି ଅଧ୍ୟକ୍ଷା କୁମାରୀ ଟିନା କୁମ୍ଭାର ମୁଖ୍ୟ ଅତିଥି, ଶ୍ରୀ ରାଜେଶ କୁମାର ମେହେର, (ଓପ୍ରସେ) ଗୋଷ୍ଠୀ ଉନ୍ନୟନ ଅଧିକାରୀ, ବେଲପଡା, ଶ୍ରୀ ସାରଥି ସାହୁ, ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଶ୍ରୀମତୀ, ସରପଞ୍ଚ, ଭରୁଆପାଲି ଗ୍ରାମ ପଞ୍ଚାୟତ, ଶ୍ରୀ ଯୁବରାଜ ପୁଟେଲ, ସମିତିସଭ୍ୟ ଭରୁଆପାଲି ସମ୍ମାନିତ ଅତିଥି ତଥା ଶ୍ରୀ ଦୁର୍ଯୋଧନ କୁମ୍ଭାର, ଉପାଧ୍ୟକ୍ଷ,ବେଲପଡା ପଞ୍ଚାୟତ ସମିତି ମୁଖ୍ୟ ବକ୍ତା ରୂପେ ଭାବେ ଯୋଗଦାନ କରିଥିଲେ । ଭରୁଆପାଲି ଗ୍ରାମ ପଂଚାୟତର ଜନ ସାଧାରଣ ଏହି କାର୍ଯକ୍ରମରେ ଯୋଗଦାନ କରିଥିଲେ ।

ରାଜ୍ୟ ସରକାରଙ୍କ ଦ୍ବାରା ପରିଚାଳିତ ହେଉଥିବା ଅନେକ ଯୋଜନା ସବୁର ସଫଳ ଭାବେ ରୂପାୟନ ହେଉଥିବା କାର୍ଯକ୍ରମ ଯଥା ଆମ ଓଡ଼ିଶା ନବୀନ ଓଡ଼ିଶାରେ ଭିତ୍ତିଭୂମି ନିର୍ମାଣ, 5T ରେ ସ୍କୁଲ ତଥା ମହାବିଦ୍ୟାଳୟ ମାନଙ୍କର ରୂପାନ୍ତିକରଣ, ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା, ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା, ସାମାଜିକ ସୁରକ୍ଷା, ମିଶନ ଶକ୍ତି, ଓଡ଼ିଶା ଜୀବିକା ମିଶନ, ଶିଶୁ ଓ ମହିଳା ବିକାଶ, କୃଷି, ଉଦ୍ୟାନ, ମତ୍ସ୍ୟ, ପ୍ରାଣୀଧନ ବିଭାଗର ବିଭିନ୍ନ ଯୋଜନାର ସଫଳତା ଉପସ୍ଥିତ ଜନତାଙ୍କୁ ଅବଗତ କରାଯାଇଥିଲା । ଯୋଜନା ଗୁଡିକର ସଫଳତାର ପୁସ୍ତିକାକୁ ଏହି କାର୍ଯକ୍ରମରେ ଉପସ୍ଥିତ ଅତିଥି ମାନଙ୍କଦ୍ବାରା ଉନ୍ମୋଚନ କରାଯାଇଥିଲା । ଓଡ଼ିଶା ଜୀବିକା ମିଶନ ବେଲପଡା ବ୍ଲକର ଦକ୍ଷତା ବିକାଶ ସଂଯୋଜକ ଶ୍ରୀ ପାଣ୍ଡବ ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ ।