୧୯ତମ ପାତାଳୀ ମହୋତ୍ସବ ପାଇଁ କଳଶଶୋଭାଯାତ୍ରା

0
35
୧୯ତମ

ରିପୋର୍ଟ : ରାଜେଶ ବାଘ
ଉଲୁଣ୍ଡା, (୯/୦୨) : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଳକ ପ୍ରସିଦ୍ଧ ପୀଠ ଶ୍ରୀ ପାତାଳୀ କ୍ଷେତ୍ର କୋଟସମଲାଇ ଠାରେ ୧୯ତମ ପାତାଳୀ ମହୋତ୍ସବ ପାଇଁ ଆଜି ଭବ୍ୟ କଳଶ ଓ ସାଂସ୍କୃତିକ ଶୋଭାଯାତ୍ରା ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି ।

ପ୍ରଥମେ ପୂଜାର୍ଚ୍ଚନା କରି ଜଗନ୍ନାଥ ପୋଖରୀ ରୁ କଳଶ ବୋହି ଶୋଭାଯାତ୍ରାରେ ବାହାରିଥିଲେ । ଯଥାବିଧି ଦେବ ନିମନ୍ତ୍ରଣ, କର୍ତ୍ତା କର୍ତ୍ତୀଙ୍କ ସଂକଳ୍ପ ଧାରଣ ମଧ୍ୟ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ୧୫୧ଜଣ ମହିଳା କଳଶ ଶୋଭାଯାତ୍ରାରେ ବାହାରି ନାମ ମଣ୍ଡପ,ଯଜ୍ଞ ମଣ୍ଡପ ରେ ସ୍ଥାପନ କରିଥିଲେ । ଏଥିପାଇଁ ଆଜି ପାତାଳୀ ଶ୍ରୀକ୍ଷେତ୍ର ଉତ୍ସବ ମୁଖର ହୋଇଥିଲା । ଆସନ୍ତାକାଲି ଠାରୁ ୫୬ପ୍ରହରୀ ନାମଯଜ୍ଞ, ଭାଗବତ ସପ୍ତାହ ପାରାୟଣ ଓ ଘୃତଯଜ୍ଞ ଓ ସନ୍ଧ୍ୟା ରେ ସାଂସ୍କୃତିକ କାର୍ଯ୍ୟକ୍ରମର ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି । ଆସନ୍ତା ୧୭ରେ ମହୋତ୍ସବ ପୂର୍ଣ୍ଣାହୁତି ହେବ ବୋଲି ଯାତ୍ରା କମିଟି ପକ୍ଷରୁ ସୂଚନା ମିଳିଛି ।