ଯୋଗାଣ ବିଭାଗ ପକ୍ଷରୁ ବେଆଇନ ଭାବେ ଗଚ୍ଛିତ ଧାନ ଗୋଦାମ ଉପରେ ଚଢ଼ାଉ

0
85
ଯୋଗାଣ ବିଭାଗ

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡା, (୦୯/୦୨) : ଯୋଗାଣ ବିଭାଗ ପକ୍ଷରୁ ବେଆଇନ ଭାବେ ଗଚ୍ଛିତ ଧାନ ଗୋଦାମ ଉପରେ ଗୁଣୁପୁର ଉପଖଣ୍ଡ ଯୋଗାଣ ବିଭାଗ ଦ୍ୱାରା ଚଢ଼ାଉ ସମୟରେ ୨୦୧ କୁଇଣ୍ଟାଲ ଜବତ କରାଯାଇଛି ।

ଉପଜିଲ୍ଲାପାଳ କିରଣ ଦୀପ ସହାତେ ଙ୍କ ନିର୍ଦ୍ଦେଶ କ୍ରମେ ଉପଖଣ୍ଡ ଯୋଗାଣ ବିଭାଗ ପକ୍ଷରୁ ଉପଖଣ୍ଡ ଯୋଗାଣ ଅଧିକାରୀ ଏବଂ ଯୋଗାଣ ନିରୀକ୍ଷକଙ୍କ ଅଚାନକ ଆରଏମସି ପରିସରରେ ବେଆଇନ ଭାବେ ଗଛିତ ଥିବା ଧାନ ଉପରେ ଚଢ଼ାଉ କରାଯାଇ ସମସ୍ତ ଧାନ ଜବତ କରିଛି ।

ମିଳିଥିବା ସୂଚନା ଅନୁଯାୟୀ କିଛିଦିନ ହେବ ଲାଡି ସତ୍ୟମ ନାମକ ଜଣେ ବ୍ୟବସାେୟୀ ଵେଆଇନ ଭାବେ ଗୋଦାମ ଗୃହରେ ଗଚ୍ଛିତ ରଖିଥିବା ନେଇ କେହି ଜଣେ ଖବର ଦେବା ପରେ‌ ଯୋଗାଣ ବିଭାଗ ଚଢାଉ ସମୟରେ ଆବଶ୍ୟକୀୟ କାଗଜପତ୍ରର ପ୍ରମାଣ ଦେଖାଇ ନ ପାରିବାରୁ ବେଆଇନ ଭାବେ ଗଚ୍ଛିତ ଥିବା ସମସ୍ତ ଧାନ ଜବତ କରି ରାମନାଗୁଡା ସ୍ଥିତ ବିଶ୍ବନାଥ ଇଣ୍ଡଷ୍ଟ୍ରୀକୁ ହସ୍ତାନ୍ତର କରିଥିବା ନେଇ ଯୋଗାଣ ବିଭାଗ ଜଣାଇଛନ୍ତି । ଉକ୍ତ ବିଷୟରେ ଉପଖଣ୍ଡ ଯୋଗାଣ ଅଧିକାରୀ ଏକ ମାମଲା ରୁଜ୍ଜୁ କରିଥିବା ଜଣାପଡିଛି ।