ପଞ୍ଜିକରଣ ବିନା ଚାଲିଛି ଘରୋଇ କ୍ଲିନିକ, ପାଥୋଲୋଜି !

0
47
ପଞ୍ଜିକରଣ

ରିପୋର୍ଟ : ଗୋପୀନାଥ ଗୌଡ଼
କାଶୀପୁର, (୦୯/୦୨) : କାଶୀପୁର ବ୍ଲକରେ ଛତୁ ଫୁଟିବା ଭଳି ବିଭିନ୍ନ ସ୍ଥାନରେ ଖୋଲା ଯାଇଛି ଘରୋଇ କ୍ଲିନିକ ଏବଂ ପାଥୋଲୋଜି ।

ପାଥୋଲୋଜିରେ ରୋଗୀଙ୍କ ରକ୍ତ, ମଳ ମୂତ୍ର ପରୀକ୍ଷା କରିଯିବା ସହ କ୍ଲିନିକ ରେ ରୋଗୀଙ୍କ ଚିକିତ୍ସା କରାଯାଉଛି । କିନ୍ତୁ ଅଧିକାଂଶ କ୍ଲିନିକ ଏବଂ ପାଥୋଲୋଜି ସରକାର ଙ୍କ ନିୟମ ଅନୁଯାୟୀ ପଞ୍ଜିକୃତ ହୋଇ ନ ଥିବାର ଜଣା ଯାଇଛି । ପ୍ରତ୍ୟେକ କ୍ଲିନିକ, ପାଥୋଲୋଜି ଆଗରେ ପଞ୍ଜିକୃତ ସଂଖ୍ୟା ଲେଖା ଥିବା ସୂଚନା ଫଳକ ଟଙ୍ଗା ଯିବାର ନିୟମ ରହିଛି । କିନ୍ତୁ ବିଭାଗୀୟ ଅଧିକାରୀଙ୍କ କଟକଣା ଅଭାବରୁ ଏହା କାର୍ଯ୍ୟକାରୀ ହେଉ ନ ଥିବାର ଅଭିଯୋଗ ହେଉଛି । କାଶୀପୁର ବ୍ଲକ ସଦର ଏବଂ ଟିକିରି ରେ ଥିବା କ୍ଲିନିକ ଆଗରେ ଟଙ୍ଗା ହୋଇ ଥିବା ଫଳକରେ ସରକାରଙ୍କ ପଞ୍ଜିକୃତ ସଂଖ୍ୟା ଉଲ୍ଲେଖ କରାଯାଇ ନ ଥିବାରୁ ଏହା ବେଆଇନ ଭାବେଚାଲୁ ଥିବାର ଅଭିଯୋଗ କରାଯାଉଛି ।

ଏ ସମ୍ପର୍କରେ କାଶୀପୁର ସିଏଚସି ଇନ ଚାର୍ଜ ଡାକ୍ତର ଏନ ଏନ ନାୟକଙ୍କୁ ପଚାରିବାରୁ ବ୍ଲକ ମଧ୍ୟରେ ସରକାର ଙ୍କ ନିୟମ ଅନୁସାରେ ପଞ୍ଜିକୃତ ହୋଇଥିବା କୌଣସି କ୍ଲିନିକ ନ ଥିବାର କହିଛନ୍ତି । ଆବଶ୍ୟକ ଶିକ୍ଷା ଗତ ଯୋଗ୍ୟତା ନ ଥିବା ଅନଭିଜ୍ଞ ଦ୍ଵାରା ଚିକିତ୍ସାକରାଯାଉ ଥିବାରୁ ରୋଗୀଙ୍କ ଜୀବନ ପ୍ରତି ଭୟ ରହୁଛି । ତେବେବେଆଇନ ଭାବେ ଚାଲିଥିବା କ୍ଲିନିକ, ପାଥୋଲୋଜି ପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରାଯାଉଛି ।