ଯାତ୍ରା ପାଟି ଟ୍ରକ ଦୃର୍ଘଟଣାରେ ଯୁବକ ମୃତ

0
26
ଯାତ୍ରା ପାଟି

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଜଗତସିଂହପୁର, (୧୦/୦୨) : ଯାତ୍ରା ପାଟି ଟ୍ରକ ଦୃର୍ଘଟଣାରେ ଯୁବକ ମୃତ । ଯୁବକ ଜଣକ ହେଉଛନ୍ତି ବାଲିକୁଦା ଥାନା ସାହାଡ଼ା ଗ୍ରାମର ତ୍ରିନାଥ ଭୋଇ ।

ଆକାଶ ଗଙ୍ଗା ନାମକ ଏକ ଯାତ୍ରା ପାଟି ଟ୍ରକ ବାଲିକୁଦା ଥାନା ଅଧୀନ ତିତିରା ଗ୍ରାମକୁ ଯାତ୍ରା ଜିନିଷ ନେଇ ଯାଉଥିବା ସମୟରେ ବାଲିକୁଦା ବାଲିସାହି ନିକଟରେ ଏକ ବାଇକକୁ ଧକ୍କା ଦେଇଥିଲା । ବାଇକ ଚାଳକ ତ୍ରିନାଥ ଗୁରୁତର ହୋଇ ତଳେ ପଡ଼ିଥିବା ବେଳେ ବାଲିକୁଦା ଥାନା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଯୁବକକୁ ମେଡିକାଲ ନେଇ ଯାଇଥିଲେ । ମେଡିକାଲରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ବରଣ କରିଥିବା ଜଣା ପଡିଛି । ଦୁର୍ଘଟଣା ଘଟାଇ ଥିବା ଟ୍ରକକୁ ପୋଲିସ ଅଟକ ରଖିଥିବା ସୂଚନା ମିଳିଛି ।