ଆଜି ଠାରୁ ପାତାଳି ଶ୍ରୀକ୍ଷେତ୍ର ରୁ ପୁରୀ ଶ୍ରୀକ୍ଷେତ୍ର କୁ ଗଡିଲା ଟ୍ରେନ

0
50
ଆଜି ଠାରୁ

ରିପୋର୍ଟ : ଧୃବରାଜ ମିଶ୍ର
ସୁବର୍ଣ୍ଣପୁର, (୦୯/୦୨) : ବହୁ ପ୍ରତିକ୍ଷିତ ଖୋର୍ଦ୍ଧା ବଲାଙ୍ଗୀର ରେଳପଥର ସୋନପୁର-ପୁରୀ ସାପ୍ତାହିକ ଏକ୍ସପ୍ରେସ୍ ର ନିୟମିତ ଚଳାଚଳ ଆଜି ଠାରୁ ଆରମ୍ଭ ହୋଇଛି ।WhatsApp Image 2024 02 10 at 11.25.45 ଆଜି ଠାରୁ ପାତାଳି ଶ୍ରୀକ୍ଷେତ୍ର ରୁ ପୁରୀ ଶ୍ରୀକ୍ଷେତ୍ର କୁ ଗଡିଲା ଟ୍ରେନ

ଆଜି ଠାରୁ ପାତାଳି ଶ୍ରୀକ୍ଷେତ୍ର ରୁ ପୁରୀ ଶ୍ରୀକ୍ଷେତ୍ର କୁ ଗଡିଲା ଟ୍ରେନ । ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଏହି ଟ୍ରେନ ର ଶୁଭାରମ୍ଭ ୩ ଫେବୃଆରୀ ଦିନ କରାଯାଇଥିଲା । ୧୮୪୨୧ ପୁରୀ-ସୋନପୁର ସାପ୍ତାହିକ ଏକ୍ସପ୍ରେସ ଗୁରୁବାର ଦିନ ପୁରୀରୁ ସନ୍ଧ୍ୟା ୭.୩୫ ମି.ରେ ଛାଡି ଆଜି ଭୋର ୬ ରେ ସୋନପୁରରେ ପହଞ୍ଚିଥିଲା । ଆଜି ସୋନପୁରରୁ ସନ୍ଧ୍ୟା ୭.୩୦ ରେ ଛାଡି ଶନିବାର ସକାଳ ୬.୫୫ ରେ ପୁରୀରେ ପହଞ୍ଚିବ । ସୁବର୍ଣ୍ଣପୁର ରୁ ଏହି ଟ୍ରେନରେ ପୁରୀ ଅଭିମୁଖେ ଯାତ୍ରା କରୁଥିବା ବରିଷ୍ଠ ସାମ୍ବାଦିକ ଦିଲିପ ପାତ୍ର ଓ କବି ଶ୍ରୀଧର ବାଗ ପ୍ରଥମ ଟ୍ରେନ ର ଯାତ୍ରୀ ଭାବରେ ନିଜକୁ ବହୁତ ଭାଗ୍ୟବାନ ମନେକରିବା ସହ ରେଳ ବିଭାଗ ମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ ଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ ତଥା ଲୋକମାନଙ୍କର ଆଗ୍ରହ ଓ ଚାହିଦା ଦୃଷ୍ଟିରୁ ଏହି ସାପ୍ତାହିକ ଟ୍ରେନ କୁ ପ୍ରତିଦିନ ଚାଲୁ କରିବା କୁ ଉଭୟେ ତାଙ୍କ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି ।

ପ୍ରକାଶ ଯୋଗ୍ୟ ଯେ ଏହି ଟ୍ରେନ ଟି ସୋନପୁର ମଧ୍ୟରେ ଉଭୟ ପାର୍ଶ୍ୱରୁ ଖୋର୍ଦ୍ଧା ରୋଡ, ଭୁବନେଶ୍ୱର, ନରାଜ ମାର୍ଥାପୁର, ଢ଼େଙ୍କାନାଳ, ତାଳଚେର, ଅନୁଗୁଳ, ବୋଇଣ୍ଡା, ରେଢ଼ାଖୋଲ, ସମ୍ବଲପୁର, ବରଗଡ ରୋଡ, ବଲାଙ୍ଗୀର, ବିଛୁପାଲି, ଝାରତରଭା, ଏବଂ ନରସିଂହଗଡରେ ରହଣି କରିବ ବୋଲି ରେଳବାଇ ସୁତ୍ରରୁ ପ୍ରକାଶ । ଏହି ଟ୍ରେନରେ ଗୋଟିଏ ଏସି ୨ ଟାୟାର, ସାତଟି ଏସି-୩ ଟାୟାର, ଗୋଟିଏ ଏସି-୩ ଟାୟାର ଇକୋନୋମି, ଛଅଟି ସ୍ଲିପର ଶ୍ରେଣୀ, ତିନିଟି ଦ୍ଵିତୀୟ ଶ୍ରେଣୀ ସିଟିଙ୍ଗ, ଗୋଟିଏ ଗାର୍ଡ, ଲଗେଜ୍ ତଥା ଦିବ୍ୟାଙ୍ଗ ଜନ କୋଚ୍ ଏବଂ ଗୋଟିଏ ଗାର୍ଡ, ଲଗେଜ୍ ତଥା ମୋଟର କୋଚ୍ ଉପଲବ୍ଧ ରହିଥିବା ଜଣାପଡିଛି ।

ଆଜି ସୋନପୁର ଠାରୁ ଛାଡିଥିବାଟ୍ରେନରେ ସମସ୍ତ ଟିକେଟ ବିକ୍ରି ହୋଇଯାଇଥିବା ଜଣା ପଡିଥିବାବେଳେ ବହୁ ଯାତ୍ରୀ ରିଜର୍ଭେସନ୍ ଟିକେଟ ନପାଇ ସାଧାରଣ ବଗିରେ‌ଯାଇଥିବା ଓ କିଛି ଯାତ୍ରୀ ନିରାଶ ମନରେ ଫେରିଯାଇଥିବା ଯୋଗୁଁ ଏହି ଟ୍ରେନ୍ ସାପ୍ତାହିକ ବଦଳରେ ପ୍ରତିଦିନ ଚଳାଇବା ପାଇଁ କିଛି ଯାତ୍ରୀ ଦାବି କରିଛନ୍ତି ।