ଭ୍ୟାନ୍‌କୁ ପିଟିଲା ଟ୍ରକ୍‌: ୪ ମୃତ, ୯ ଗୁରୁତର

0
72
ଭ୍ୟାନ୍‌କୁ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ // 
ଝାରସୁଗୁଡ଼ା, (୧୧/୦୨) : ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ଜୁନିଏନ ଗ୍ରାମ ନିକଟରେ ୪୯ ନମ୍ବର ଜାତୀୟ ରାଜପଥରେ ସଡକ ଦୁର୍ଘଟଣା

ଆଜି ଏକ କୋଇଲା ବୋଝେଇ ଟ୍ରକ୍ ଏକ ପିକ୍‌ଅପ୍ ଭ୍ୟାନ୍‌କୁ ଧକ୍କା ଦେବାରୁ ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୯ ଜଣ ଗୁରୁତର ଆହତ ହୋଇଛନ୍ତି । ଆହତ ମାନଙ୍କୁ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଆଜି ସକାଳ ପ୍ରାୟ ସାଢ଼େ ୧୦ଟା ବେଳେ ଏହି ଦୁର୍ଘଟଣା ଘଟିଥିଲା। ଲଖନପୁର ବେହେରାଗୁଡ଼ା ପଟରୁ ଆସୁଥିବା ଏକ ଯାତ୍ରୀବାହୀ ପିକ୍ଅପ୍ ଗାଡ଼ିକୁ ବିପରୀତ ଦିଗରୁ ଆସୁଥିବା ଏକ କୋଇଲା ବୋଝେଇ ଟ୍ରକ ଜୁନିଏନ ଗ୍ରାମ ନିକଟରେ ପିଟି ଦେଇଥିଲା ।