କଟକରେ କଲରାପତରିଆ ବାଘଛାଲ ରାକେଟ୍ ଠାବ

0
59
କଟକରେ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
କଟକ, (୧୫/୦୨) : କଟକରୁ କଲରାପତରିଆ ବାଘଛାଲ ରାକେଟ୍ ଠାବ ଘଟଣାରେ ବଡ଼ ଲିଙ୍କ । ୪ ଟି ଜିଲ୍ଲା ଦେଇ କଟକ ଆସିଥିଲା ବାଘ ଛାଲ । ଭୁବନେଶ୍ବରରେ ଡିଲ୍‌ ପାଇଁ ଯୋଜନା କରିଥିଲେ ମାଫିଆ ।

କଟକରେ କଲରାପତରିଆ ବାଘଛାଲ ରାକେଟ୍ ଠାବ । ସାମ୍ବାଦିକ ସମ୍ମିଳନୀରେ ଏନେଇ ସୂଚନା ଦେଇଛନ୍ତି ଷ୍ଟେଟ ୱାଇଲଡ ଲାଇଫ ୟୁଙ୍ଗର ଜଏଣ୍ଟ ଟାକ୍ସ ଫୋର୍ସ ମୁଖ୍ୟ । କଟକରୁ ଗିରଫ ଦୁଇ ମାଫିଆ ପ୍ରମୋଦ ଜେନା ଓ ରବିନାରାୟଣ ବାରିକଙ୍କୁ ଜେରା କରିବା ପରେ ଏହି ଲିଙ୍କରେ ଅନ୍ୟ ୫ ଜଣଙ୍କୁ ଗିରଫ କରିଥିବା ବେଳେ ଆହୁରି ୬ ଜଣ ଫେରାର ଅଛନ୍ତି । ସେମାନଙ୍କୁ ଧରିବା ପାଇଁ ରେଡ ଚାଲିଥିବା କହିଛନ୍ତି JTF ମୁଖ୍ୟ । ପ୍ରଥମେ ଏଥିରେ ଗଞ୍ଜାମ ଲିଙ୍କ ସାମ୍ନାକୁ ଆସିଥିଲା ।

ପୁରୁମାରୀରୁ ଜଣେ ମଧ୍ୟସ୍ଥି ଧରା ପଡିବା ପରେ ବାରିଗେଡା ଗାଁର ଆଉ ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଥିଲା । ପରେ ସେମାନଙ୍କୁ ଜେରା କରିବା ପରେ ଗଜପତି ଜିଲ୍ଲା ମୋହନା ଅଂଚଳର ଆଉ ଜଣେ ଅଭିଯୁକ୍ତକୁ ଚିହ୍ନଟ କରିଥିଲା ତଦନ୍ତକାରୀ ଟିମ୍ । ଅଭିଯୁକ୍ତ ଜଣଙ୍କ ୩ ବର୍ଷ ହେବ ବାଘ ଛାଲକୁ ଘରେ ଲୁଚାଇ ରଖିଥିବାବେଳେ ବାଘ ଛାଲକୁ ଶୁଖେଇ ରଖିଥିଲା । ପରେ ବାରିହାକଟାରେ ଆଉ ଜଣେ ଅଭିଯୁକ୍ତକୁ ବାନ୍ଧିଥିଲା ଟିମ ।