କଟକରୁ ପୁଣି ଜବତ ହେଲା ବ୍ରାଉନ ସୁଗାର

0
57
କଟକରୁ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
କଟକ, (୧୫/୦୨) : କଟକରୁ ପୁଣି ଜବତ ହେଲା ବ୍ରାଉନ ସୁଗାର । ୨୬୦ ଗ୍ରାମ ବ୍ରାଉନ ସୁଗାର ଜବତ କରିଛି ମାଲଗୋଦାମ ଥାନା ପୋଲିସ ।

ଜବତ ହୋଇ ଥିବା ବ୍ରାଉନ ସୁଗାର ର ଆନୁମାନିକ ମୂଲ୍ୟ ୨୬ ଲକ୍ଷ ଟଙ୍କା । ବ୍ରାଉନ ସୁଗାର କାରବାର କରୁଥିବା ଜଣେ ବେପାରୀକୁ ମଧ୍ୟ ଗିରଫ କରିଛି ପୋଲିସ । ଗିରଫ ଅଭିଯୁକ୍ତର ନାଁ ପ୍ରଶାନ୍ତ ବାରିକ ଓ ତାର ଘର ଜଗତପୁର ମଙ୍ଗଳାସାହି ବୋଲି ପୋଲିସ ପକ୍ଷରୁ କୁହାଯାଇଛି । ପ୍ରଶାନ୍ତ ନାଁରେ ପୂର୍ଵରୁ ଡକାୟତି ଓ ବନ୍ଧୁକ କାରବାର ନେଇ ୭ଟି ମାମଲା ରୁଜ୍ଜୁ ହୋଇଛି । ପୂର୍ବରୁ ଅନ୍ୟ ଅପରାଧିକ କାର୍ଯ୍ୟରେ ଲିପ୍ତ ରହୁଥିବା ପ୍ରଶାନ୍ତ କିଛି ଦିନ ହେଲା ବ୍ରାଉନ ସୁଗାର କାରବାର ଆରମ୍ଭ କରିଥିବା କହିଛନ୍ତି ଅତିରିକ୍ତ ଡିସିପି ।