ଜିଆଇଇଟି ବିଶ୍ଵବିଦ୍ୟାଳୟ ସ୍କୁଲ ଅଫ ନର୍ସିଂର ପ୍ରଥମ ସେମିଷ୍ଟାର ଛାତ୍ରଛାତ୍ରୀଙ୍କ ଶପଥ ପାଠ ଉତ୍ସବ

0
57
ଜିଆଇଇଟି

ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ
ଗୁଣୁପୁର, (୧୫/୦୨) : ସ୍ଥାନୀୟ ଜିଆଇଇଟି ବିଶ୍ଵବିଦ୍ୟାଳୟ ସ୍କୁଲ ଅଫ ନର୍ସିଂ ର ପ୍ରଥମ ସେମିଷ୍ଟାର ଛାତ୍ରଛାତ୍ରୀଙ୍କ ଦୀପ ପ୍ରଜ୍ବଳନ ଓ ଶପଥ ପାଠ ଉତ୍ସବ ଆଜି ବିଶ୍ଵବିଦ୍ୟାଳୟ ପରସରରେ ଅନୁଷ୍ଠିତ ହୋଇଯାଇଛି ।WhatsApp Image 2024 02 15 at 18.05.33 ଜିଆଇଇଟି ବିଶ୍ଵବିଦ୍ୟାଳୟ ସ୍କୁଲ ଅଫ ନର୍ସିଂର ପ୍ରଥମ ସେମିଷ୍ଟାର ଛାତ୍ରଛାତ୍ରୀଙ୍କ ଶପଥ ପାଠ ଉତ୍ସବ

ଏହି କାର୍ଯ୍ୟକ୍ରମ ପ୍ରାରମ୍ଭରେ ନର୍ସିଂର ପ୍ରତିଷ୍ଠାତା ଫ୍ଲୋରେନ୍ସ ନାଇଟ ଏଙ୍ଗେଲଙ୍କ ଫୋଟଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଏହି ଉତ୍ସବରେ ମୁଖ୍ୟଅତିଥି ଭାବେ ଆନ୍ଧ୍ର ପ୍ରଦେଶ ବିଜୟନଗରମ ସ୍ଥିତ ମହାରାଜା ଇନ୍ସ୍ତିଟଟ ଅଫ ମେଡିକାଲ ସାଇନ୍ସସେସ କଲେଜ ଅଫ ନର୍ସିଂର ଅଧ୍ୟକ୍ଷା ତଥା ଭାରତର ତାଲିମପ୍ରାପ୍ତ ନର୍ସ ଆସୋସିଏସନ ଆନ୍ଧ୍ର ରାଜ୍ୟର ସଭାପତି ପ୍ରଫେସର ସମସିର ବେଗମ୍ ଯୋଗ ଦେଇ ଉପସ୍ଥିତ ନର୍ସିଂ ଛାତ୍ରଛାତ୍ରୀ ମାନଙ୍କୁ ଶପଥ ପାଠ କରାଇବା ସହ କଠିନ ପରିଶ୍ରମ,ସାମାଜିକ ସେବା ସହ ନର୍ସମାନଙ୍କ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ଵ ବିଷୟରେ କହିଥିଲେ । ବିଶ୍ଵବିଦ୍ୟାଳୟ ସ୍କୁଲ ଅଫ ଇଞ୍ଜିନିୟରିଂର ଡିନ ଡଃ ଏ ବି ଶ୍ରୀନିବାସ ରାଓ ମଞ୍ଚାସିନ ଥିଲେ ।

ସ୍କୁଲ ଅଫ ନର୍ସିଂର ଅଧ୍ୟକ୍ଷ କେ. ସି. ସୁରେଶ ବାବୁ ଯୋଗ ଦେଇ କାର୍ଯ୍ୟକ୍ରମ ବିଷୟରେ ସୂଚନା ଦେଇଥିଲେ । ଏହି ଉତ୍ସବରେ ଅଧ୍ୟାପିକା ଶୁଭଶ୍ରୀ ମଞ୍ଜରୀ ଚଟାଇ ସ୍ବାଗତ ଭାଷଣ ଦେଇଥିବା ବେଳେ କେ ରତନ କୁମାର ଧନ୍ୟବାଦ୍ ଅର୍ପଣ କରିଥିଲେ । ଅଧ୍ୟାପିକା ଗାୟତ୍ରୀ ପଣ୍ଡା ମଞ୍ଚ ପରିଚାଳନା କରିଥିଲେ । ଏହି ସଭାରେ ନର୍ସିଂର ସମସ୍ତ ଛାତ୍ରଛାତ୍ରୀ, ଅଧ୍ୟାପକ, ଅଧ୍ୟାପିକା ଉପସ୍ଥିତ ଥିଲେ ।