୧୯ତମ ପାତାଳୀ ମହୋତ୍ସବର ଷଷ୍ଠ ସନ୍ଧ୍ୟା, ଭଜନ କାର୍ଯ୍ୟକ୍ରମ ଅନୁଷ୍ଠିତ

0
73
୧୯ତମ

ରିପୋର୍ଟ : ରାଜେଶ ବାଘ
ଉଲୁଣ୍ଡା, (୧୫/୦୨) : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଳକ ଶ୍ରୀ ପାତାଳୀ କ୍ଷେତ୍ର କୋଟସମଲାଇ ଠାରେ ଚାଲିଥିବା ୧୯ତମ ପାତାଳୀ ମହୋତ୍ସବର ଆଜି ଷଷ୍ଠ ସନ୍ଧ୍ୟାରେ ପହଞ୍ଚିଛି ।

ଟ୍ରଷ୍ଟ ସାଧାରଣ ସମ୍ପାଦକ ଉତ୍ତର କୁମାର ପାତ୍ରଙ୍କ ସଭାପତିତ୍ବରେ ମୁଖ୍ୟ‌‌‌ ଅତିଥି ଭାବେ ଜିଲ୍ଲାପରିଷଦ ଉପାଧ୍ୟକ୍ଷ ଝସକେତନ ବଘାର, ସମ୍ମାନିତ ଅତିଥି ଭାବରେ ଜିଲ୍ଲା ପରିଷଦ ସଭ୍ୟ ସୋନପୁର ମଧୁସୂଦନ ଓତା, ପୂର୍ବତନ ତରଭା ବ୍ଳକ ଅଧ୍ୟକ୍ଷ ଶତ୍ରୁଘ୍ନ ପୃଷ୍ଟି, ରାଜ୍ୟ ହାଉସିଂ ବୋର୍ଡ ସଦସ୍ୟ ରାଜକୁମାର ମିଶ୍ର, ନବ ନିର୍ମାଣ କୃଷକ ସଂଗଠନ ମହିଳା ରାଜ୍ୟ ଉପସଭାପତି ସୋନାଲି ବିଶି, ରାହୁଲ ଶୁକ୍ଲା ଭାରତୀୟ ପରିବାର ଦିଲ୍ଲୀ ଯୋଗ ଦେଇ ମଞ୍ଚାସୀନ ହୋଇଥିଲେ ।

ଏହି ସଭାରେ ସତ୍ୟଜିତ ଗଡୁଆ ମଞ୍ଚ ପରିଚାଳନା କରିଥିବା ବେଳେ ପୂର୍ଣ୍ଣଚନ୍ଦ୍ର ପାଢୀ ଧନ୍ୟବାଦ ଅର୍ପଣ ଦେଇଥିଲେ । ଏହି ଅବସରରେ ଆଜି ଷଷ୍ଠ ସନ୍ଧ୍ୟା ରେ ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ତରଫରୁ ତ୍ରିନାଥ ନାୟକ ଓ ସାଥୀ (ପୁରୀ) ଦ୍ଵାରା ଭଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ହଜାର ହଜାର ଭକ୍ତ ଙ୍କ ସମାଗମ ହୋଇଥିଲା ।