ବିଧାନସଭା ନିର୍ବାଚନ ମଣ୍ଡଳୀ ସ୍ଥରୀୟ ଅତିରିକ୍ତ ମାଷ୍ଟର ଟ୍ରେନର ମାନଙ୍କର ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ

0
87
ବିଧାନସଭା

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡା, (୧୫/୦୨) : ବିଧାନସଭା ନିର୍ବାଚନ ମଣ୍ଡଳୀ ସ୍ଥରୀୟ ଅତିରିକ୍ତ ମାଷ୍ଟର ଟ୍ରେନର ମାନଙ୍କର ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ।WhatsApp Image 2024 02 16 at 07.51.33 ବିଧାନସଭା ନିର୍ବାଚନ ମଣ୍ଡଳୀ ସ୍ଥରୀୟ ଅତିରିକ୍ତ ମାଷ୍ଟର ଟ୍ରେନର ମାନଙ୍କର ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ

ଆଜି ସ୍ଥାନୀୟ ରାୟଗଡା ଜିଲ୍ଲାପରିଷଦ ସଦଭାବନା ସମ୍ମିଳନୀ କକ୍ଷରେ ବିଧାନସଭା ନିର୍ବାଚନ ମଣ୍ଡଳୀ ସ୍ଥରୀୟ ଅତିରିକ୍ତ ମାଷ୍ଟର ଟ୍ରେନର ମାନଙ୍କର ଦୁଇ ଦିନିଆ ତାଲିମ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି, ଯାହାକି ଆସନ୍ତା ୧୬/୦୨/୨୦୨୪ ପର୍ଯ୍ୟନ୍ତ ଚାଲିବl ଜିଲ୍ଲାପାଳ ଶ୍ରୀ ମନୋଜ ସତ୍ୟବାନ ମହାଜନଙ୍କ ନିର୍ଦ୍ଦେଶ, ଅତିରିକ୍ତ ଜିଲ୍ଲାପାଳଙ୍କ ଶ୍ରୀ ଭାସ୍କର ଚନ୍ଦ୍ର ରଇତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ରାୟଗଡା ଜିଲ୍ଲାରେ ଆଗାମୀ ସାଧାରଣ ଓ ବିଧାନସଭା ନିର୍ବାଚନରେ ନିୟୋଜିତ ହେବାକୁ ଥିବା ପ୍ରିଜାଇଡିଂ ତଥା ପୁଲିଂ ଅଧିକାରୀମାନେ କିପରି ବିର୍ବାଚନ କାର୍ଯ୍ୟ ପରିଚାଳନା କରିବେ ସେଥିନିମନ୍ତେ ଆସନ୍ତା ଦିନ ମାନଙ୍କରେ ସେମାନଙ୍କୁ ତାଲିମ ପ୍ରଦାନ କରାଯିବ ।

ଏହା ପୁର୍ବରୁ ସେକ୍ଟର ଅଫିସର ମାନଙ୍କୁ ଓ ପୋଲିସ ମାଜିଷ୍ଟ୍ରେଟ ମାନଙ୍କୁ ବିଭିନ୍ନ ସମୟରେ ତାଲିମ ପ୍ରଦାନ କରାଯାଇଛି l ଆଗକୁ ପ୍ରତି ନିର୍ବାଚନ ମଣ୍ଡଳୀ ପାଇଁ ପୃଥକ ପୃଥକ ଭାବରେ ପ୍ରିଜାଇଡିଂ ଓ ପୋଲିଂ ଅଧିକାରୀ ମାନଙ୍କୁ ତାଲିମ ପ୍ରଦାନ କରାଯିବ ସେଥିନିମନ୍ତେ ବିଧାନସଭା ସ୍ଥରୀୟ ଅତିରିକ୍ତ ମାଷ୍ଟର ଟ୍ରେନର ମାନଙ୍କୁ ତାଲିମ ଦିଆଯାଇଥିଲା l

ଏଥିରେ ଜିଲ୍ଲାସ୍ଥରୀୟ ମାଷ୍ଟର ଟ୍ରେନର ଯଥା ପ୍ରକଳ୍ପ ପ୍ରଶାସକ ସାମ୍ମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ଶ୍ରୀ ଦିଲ୍ଲୀପ କୁମାର ବେହେରା, ଉପଜିଲ୍ଲାପାଳ ରାୟଗଡା, ଶ୍ରୀମତୀ କଲ୍ୟାଣୀ ସଂଘମିତ୍ରାଦେଵୀ, ଡେପୁଟି କଲେକ୍ଟର ସୂର୍ଯ୍ୟମଣୀ ଭୋଇ, ସହକାରୀ ଜିଲ୍ଲାପାଳ ମୃତ୍ୟୁଞ୍ଜୟ ବରାଳ ପ୍ରମୁଖ ଯୋଗଦାନ କରି ତାଲିମ ପ୍ରଦାନ କରିଥିଲେ l ଏହି ତାଲିମ କାର୍ଯ୍ୟକ୍ରମରେ ଜିଲ୍ଲାର ପ୍ରାୟ ସମସ୍ତ ବିଡ଼ିଓ, ତହସିଲଦାର ଓ ନିର୍ବାଚନରେ ସାମିଲ ଥିବା ଅନ୍ୟାନ୍ୟ ଅଧିକାରୀମାନେ ତାଲିମ ଗ୍ରହଣ କରିଥିଲେ l