୭ ବର୍ଷର ନାବାଳିକାକୁ ଗଣଦୁଷ୍କର୍ମ

0
89
୭ ବର୍ଷର

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
କଟକ, (୧୬/୦୨) : ର୍ବରତାର ଟପିଲା ସବୁ ସୀମା । ଚିକିତ୍ସା କରେଇଦେବା କହି ନାବାଳିକାକୁ କଲେ ଗଣଦୁଷ୍କର୍ମ ।

କଟକ ମଧୁପାଟଣା ଥାନା ଅଞ୍ଚଳରେ ଏପରି ଲଜ୍ଜାଜନକ ଘଟଣା ଦେଖିବାକୁ ମିିଛି । ୭ ବର୍ଷର ନାବାଳିକାକୁ ଗଣ ଦୁଷ୍କର୍ମ ଅଭିଯୋଗ ହୋଇଛି । ପରିବାର ପକ୍ଷରୁ ଥାନାରେ ଲିଖିତ ଅଭିଯୋଗ ହେବା ପରେ ପୀଡ଼ିତାକୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ପୀଡ଼ିତା ଜଣଙ୍କ ତାର ସାଙ୍ଗ ସହିତ ପୋପୋରଡାକୁ ସାଇକେଲରେ ବୁଲିବାକୁ ଯାଇ ଫେରୁଥିବା ବେଳେ, ପଡିଯାଇଥିଲା ।

ତାର କ୍ଷତକୁ ଦେଖି ସାଙ୍ଗମାନେ ଭୟଭୀତ ହୋଇ ସେଠାରେ ତାକୁ ଛାଡି ଚାଲି ଯାଇଥିଲେ । ନାବାଳିକାକୁ ଏକୁଟିଆ ପାଇ କିଛି ଯୁବକ ଚିକିତ୍ସା କରାଇବାକୁ କହି ପାଖରେ ଥିବା ଏକ ବୁଦାଳିଆ ସ୍ଥାନକୁ ନେଇ ଗଣ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି ।