୭୩ କେଜି ଗଞ୍ଜେଇ ଜବତ, ୨ ଜଣଙ୍କୁ ଗିରଫ କଲା ପୋଲିସ

0
74
୭୩ କେଜି

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଭୁବନେଶ୍ୱର, (୧୬/୦୨) : ରାଜଧାନୀରୁ ଗଞ୍ଜେଇ ଜବତ । ଗତକାଲି ରାତିରେ ୭୩ କେଜି ଗଞ୍ଜେଇ ଜବତ କରିବା ସହ ଦୁଇ ଜଣକୁ ଗିରଫ କରିଛି ଭରତପୁର ଥାନା ପୋଲିସ ।

ବିଶେଷ ସୂତ୍ରରୁ ଖବର ପାଇ ଭରତପୁର ଥାନା ଆଇଆଇସିଙ୍କ ନେତୃତ୍ୱରେ ଏକ ଟିମ ତପୋବନ ଛକ ନିକଟରେ ଏକ ବୋଲର ଜବତ କରିବା ସହ ଏଥିରେ ଚୋରାଚାଲାଣ ହେଉଥିବା ଗଞ୍ଜେଇକୁ ଜବତ କରିଛି । ଏହି ଘଟଣାରେ ପୋଲିସ ଦୁଇ ଜଣକୁ ଗିରଫ କରିଥିବା ବେଳେ ଦୁଇ ଜଣ ଘଟଣା ସ୍ଥଳରୁ ଫେରାର ହୋଇଛନ୍ତି । ଗିରଫ ଦୁଇ ଜଣ ହେଉଛନ୍ତି ବୃଷଭ କାଁହର ଏବଂ ମିଲୁ ଦିଗଲ । ଉଭୟେ କନ୍ଧମାଳ ଜିଲ୍ଲାର ବାସିନ୍ଦା । ଏହି ଗଞ୍ଜେଇ ଚୋରାଚାଲାଣ କନ୍ଧମାଳରୁ କଟକ ଅଭିମୁଖେ ଚୋରାଚାଲାଣ ହେଉଥିଲା । ଜବତ ହୋଇଥିବା ଗଞ୍ଜେଇର ଆନୁମାନିକ ମୂଲ୍ୟ ୭ ଲକ୍ଷରୁ ଉର୍ଦ୍ଧ ହୋଇଥିବା ବେଳେ ଫେରାର ହୋଇଥିବା ଦୁଇ ଅଭିଯୁକ୍ତଙ୍କୁ ଖୋଜିବା ଆରମ୍ଭ କରିଛି ଭରତପୁର ଥାନା ପୋଲିସ ।