ବେତନଟୀ ରେଞ୍ଜରେ ଦନ୍ତା ଆତଙ୍କ, ଜଣେ ମୃତ

0
80
ବେତନଟୀ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ମୟୂରଭଞ୍ଜ, (୧୬/୦୨) : ମୟୂରଭଞ୍ଜ ଜିଲ୍ଲାର ବେତନଟୀ ରେଞ୍ଜ ଅଧିନ ଜୁଆଳିଭଙ୍ଗା ଗ୍ରାମ ପଞ୍ଚାୟତ କାଳିଆନାଳ ଗ୍ରାମରେ ଗୁରୁବାର ବିଳମ୍ବିତ ରାତିରେ ତିନୋଟି ଦନ୍ତା ହାତୀ ଗାଁ ଭିତରକୁ ପଶି ଉତ୍ପାତ କରିଥିଲେ । ଦନ୍ତା ହାତୀର ଆକ୍ରମଣରେ ଜଣେ ମୃତ

ତେବେ ଦନ୍ତା ହାତୀର ଆକ୍ରମଣରେ ଶିକାର ହୋଇ ଜଣେ ଯୁବକ ମୃତ୍ୟୁ ବରଣ କରିଛନ୍ତି । ମୃତକ ଜଣକ ହେଲେ ମୋରଡ଼ା ଥାନା ତଥା ଚିତ୍ରଡା ଫାଣ୍ଡି ଅନ୍ତର୍ଗତ କାଳିଆନାଳ ଗ୍ରାମର ପୁଇନା ଦେହୁରୀ । ସୂଚନା ମୁତାବକ ପୁଇନା ଦେହୁରୀ ତାର ଦୁଇ ଝିଅ ସହିତ ଘରେ ଶୋଇଥିବାବେଳେ ହଠାତ ତିନୋଟି ହାତୀ ଆସି ଉତ୍ପାତ କରିଥିଲେ । ହାତୀ ଆସିବାର ଜାଣିପାରି ଦୁଇ ଝିଅ ଏଣେ ତେଣେ ଦୌଡ଼ି ପଳାଇଥିବାବେଳେ ପୁଇନାକୁ ଗୋଟେ ଦନ୍ତା ହାତୀ ଟାଣିନେଇ ଦଳି ଦେଇଥିଲା । ଯାହାଫଳରେ ଘଟଣା ସ୍ଥଳରେ ତାର ମୃତ୍ୟୁ ହୋଇଯାଇଛି । ତେବେ ଗାଁ ଲୋକଙ୍କ କହିବା ଅନୁସାରେ ହାତୀ ସମ୍ପର୍କରେ ବନବିଭାଗ ଲୋକ ମାନଙ୍କୁ ସୂଚନା ନଦେଇ ଥିବାରୁ ଆଜି ଏଭଳି ଘଟଣା ଘଟିଛି ।