ଜିଆଇଇଟି ବିଶ୍ୱବିଦ୍ୟାଳୟର ୧୯୯୮-୨୦୦୨ ପୁରାତନ ଛାତ୍ରଛାତ୍ରୀ ମାନଙ୍କ ଅଧିବେଶନ

0
79
ଜିଆଇଇଟି

ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ
ଗୁଣୁପୁର, (୧୭/୨) : ଆଜି ଜିଆଇଇଟି ବିଶ୍ୱବିଦ୍ୟାଳୟରେ ପୁରାତନ ଛାତ୍ରଛାତ୍ରୀ ମାନଙ୍କ ଅଧିବେଶନ ବିଶ୍ୱବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି ।

ଜିଆଇଇଟି ବିଶ୍ଵବିଦ୍ୟାଳୟର ୧୯୯୮-୨୦୦୨ ବର୍ଷରେ ଅଧ୍ୟୟନ ଛାତ୍ରଛାତ୍ରୀ ମାନଙ୍କୁ ନେଇ ଏହି ଅଧିବେଶନ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ବିଶ୍ୱବିଦ୍ୟାଳୟର ଉପ ସଭାପତି ଡ଼ ଚନ୍ଦ୍ରଧ୍ୱଜ ପଣ୍ଡା ଯୋଗ ଦେଇ ବିଶ୍ୱବିଦ୍ୟାଳୟର ଉନ୍ନତି ଓ ପ୍ରଚାର ପ୍ରସାର ରେ ସେମାନଙ୍କ ଭୂମିକା ବିଷୟ କହିଥିଲେ । ଏହି ଅନୁଷ୍ଠାନର ଛାତ୍ରଛାତ୍ରୀ ଦେଶ ତଥା ବିଦେଶରେ ପ୍ରତିଷ୍ଠିତ କମ୍ପାନୀ ମାନଙ୍କରେ କାର୍ଯ୍ୟରତ ଥିବାରୁ ନିଜକୁ ଗର୍ବିତ ବୋଲି କହିଥିଲେ । ବିଶ୍ୱବିଦ୍ୟାଳୟର ରେଜିଷ୍ଟ୍ରାର ଡ଼ଃ ଏନ ଭି ଜଗନ୍ନାଧା ରାଓ ଯୋଗ ଦେଇ ବିଶ୍ୱବିଦ୍ୟାଳୟର ବିଭିନ୍ନ ଦିଗରେ କ୍ରମାଗତ ଉନ୍ନତି ଓ ସଫଳତା ବିଷୟରେ କହିବା ସହ ପୁରାତନ ଛାତ୍ରଛାତ୍ରୀ ମାନଙ୍କୁ ବର୍ତ୍ତମାନ ଅଧୟନରତ ଛାତ୍ରଛାତ୍ରୀ ମାନଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟିକରିବା ପାଇଁ କହିଥିଲେ ‌।

ପରୀକ୍ଷା ନିୟନ୍ତ୍ରକ ଡ଼ଃ ପି ବିଜୟ କୁମାର ମଞ୍ଚାସିନ ରହି ବିଶ୍ୱବିଦ୍ୟାଳୟର ଉନ୍ନତି ମୂଳକ କାଯ୍ୟକ୍ରମରେ ସହଯୋଗ କାମନା କରିଥିଲେ । ସ୍କୁଲ ଅଫ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜିର ଡିନ ଡ଼ଃ ଏ ବି ଶ୍ରୀନିବାସ ରାଓ ସ୍ୱାଗତ ଭାଷଣ ଦେଇଥିବା ବେଳେ ଆବାହକ ପ୍ରଫେସର ଡ଼ଃ କାଳିଚରଣ ରଥ ଧନ୍ୟବାଦ ଅର୍ପଣ କରିଥିଲେ । ପରିଶେଷରେ ସମସ୍ତ ଉପସ୍ଥିତ ଛାତ୍ର ଛାତ୍ରୀ ନିଜ ନିଜର ଅନୁଭୂତି ପ୍ରକାଶ କରିଥିଲେ । ଏହି ଅଧିବେଶନକୁ ଆଲୁମିନି ଅଫିସର ସରିତା ରାଣୀ ଶତପଥୀ ଓ ଆଲୁମିନି ଆସୋସିଏସନର ସମସ୍ତ ସଦସ୍ୟମାନେ ପରିଚାଳନା କରିଥିଲେ ।