ପୂର୍ବତଟ ରେଳବିଭାଗର ମହାପ୍ରବନ୍ଧକଙ୍କ ପାରଳାଖେମୁଣ୍ଡି ଓ ଗୁଣୁପୁର ଷ୍ଟେସନ ପରିଦର୍ଶନ

0
52
ପୂର୍ବତଟ ରେଳବିଭାଗର

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୨୭/୧୦) : ପୂର୍ବତଟ ରେଳ ବିଭାଗର ମହାପ୍ରବନ୍ଧକ (Railway G.M.) ଶ୍ରୀ ମନୋଜ ଶର୍ମାଙ୍କ ପାରଳାଖେମୁଣ୍ଡି ଓ ଗୁଣୁପୁର ଷ୍ଟେସନ ପରିଦର୍ଶନ

ଭୁବନେଶ୍ୱର ସ୍ଥିତ ପୂର୍ବତଟ ରେଳବିଭାଗର ମହାପ୍ରବନ୍ଧକ (Railway G.M.) ଶ୍ରୀ ମନୋଜ ଶର୍ମ ଙ୍କ ସହ ବିଶାଖାପାଟଣା ରେଳ ମଣ୍ଡଳ ପ୍ରବନ୍ଧକ (Railway DRM) ଶ୍ରୀ ସୌରଭ ପ୍ରସାଦ ଓ ଅନ୍ୟାନ୍ୟ ଉଚ୍ଚ ସ୍ତରୀୟ ରେଳ ଅଧିକାରୀ ଏକ ସ୍ୱତନ୍ତ୍ର ରେଳ ଯୋଗେ ଆଜି ପାରଳାଖେମୁଣ୍ଡି ଓ ଗୁଣୁପୁର ରେଳ ଷ୍ଟେସନ ପିରିଦର୍ଶନ କରିଯାଇଛନ୍ତି । ଏହି ପରିପେକ୍ଷିରେ Railway G.M. ଶ୍ରୀ ମନୋଜ ଶର୍ମା ଓ Railway DRM ଶ୍ରୀ ସୌରଭ ପ୍ରାସାଦଙ୍କୁ ପାରଳାଖେମୁଣ୍ଡି ବରିଷ୍ଟ ନାଗରିକ ମଞ୍ଚ ତରଫରୁ ସଭାପତି ଶ୍ରୀ ଲଷ୍ମୀନୃସିଂହ ରଥ, ପାରଳାଖେମୁଣ୍ଡି ରେଳ ଷ୍ଟେସନର ବିଭିନ୍ନ ସମସ୍ୟା ବିଷୟରେ ଏକ ସ୍ମାରକ ପତ୍ର ପ୍ରଦାନ କରିଥିଲେ ।

ଏହି ଦାବି ପତ୍ରରେ ପାରଳାଖେମୁଣ୍ଡି ଷ୍ଟେସନର ନୂତନ ନିର୍ମାଧିନ platform ନମ୍ବର -୧ ର ଶୀଘ୍ର କାର୍ଯ୍ୟ ସମାପ୍ତି ଏବଂ ପ୍ଲାଟଫୋର୍ମ ନମ୍ବର -୨କୁ ନୂତନ ଭାବେ ନିର୍ମାଣ କରିବା ସହ ଏହି ଷ୍ଟେସନରେ ଏକ ଅତିରିକ୍ତ ଲୁପ (Loop) ଲାଇନ ନିର୍ମାଣ ପାଇଁ ଦାବି ଜଣାଇଥିଲେ । ଏତତ୍ ବ୍ୟତୀତ କାଶୀନଗର ଓ ଟେମ୍ବୁରୁ ଷ୍ଟେସନ ରେ ନୂତନ ଭାବେ କ୍ରୋସିଂ ଷ୍ଟେସନ୍ (Crossing Station) ନିର୍ମାଣ କରିବା ଦ୍ୱାରା ଅଧିକ ଟ୍ରେନ ଯାତାୟତ କିରିବା ସହ ଟ୍ରେନ ଗୁଡିକର ସମୟାନୁବର୍ତିତା ରହିବ ବୋଲି ଦର୍ଶାଇଥିଲେ ।

ଏହି ରେଳପଥ କୁ ପାରଳାର ତତ୍କାଳୀନ ଗଜପତି ମହାରାଜ ଶ୍ରୀ ଗୌରଚନ୍ଦ୍ର ଗଜପତି (ନୌପଡା ଠାରୁ ପାରଳାଖେମୁଣ୍ଡି ୩୯ କିମି) ଓ ତାଙ୍କ ସୁପୁତ୍ର ନବ ଓଡ଼ିଶାର ନିର୍ମାତା ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି (ପାରଳାଖେମୁଣ୍ଡି ଠାରୁ ଗୁଣୁପୁର ୫୧ କିମି.) ସ୍ଥାନୀୟ ଜନସାଧାରଣଙ୍କ ଗମନାଗମନ ପାଇଁ ନିଜର୍ଶ ଅର୍ଥରେ ନିର୍ମାଣ କରିଥିଲେ। ଏଣୁ ଗଜପତି ମହାରାଜାଙ୍କ ସମ୍ନାନାର୍ଥେ ପୁରୀ-ଗୁଣୁପୁର ଟ୍ରେନ କୁ ଗଜପତି ଏକ୍ସପ୍ରେସ ରୂପେ ନାମିତ କରାଗଲେ ପାରଳା ମହାରାଜାଙ୍କ ପ୍ରତି ଭକ୍ତିପୂର୍ଣ ଶ୍ରଦ୍ଧାଞ୍ଜଳି ହେବ ବୋଲି ଦାବି ଜଣାଇଥିଲେ ।

ଏଥିସହ ପୂର୍ଣତୟା ବଂଶଧାରା ନଦୀ କୂଳ ସଂଲଗ୍ନ ଅଞ୍ଚଳରେ ଯାତାୟତ କରୁଥିବା ଗୁଣୁପୁର-ବିଶାଖାପାଟଣା ଟ୍ରେନକୁ ବଂଶଧାରା Express ରୂପେ ନାମିତ କରିବା ସହ ଏହି ଅଞ୍ଚଳ ବାସୀଙ୍କ ଗମନାଗମନର ସୁବିଧା ଦୃଷ୍ଟିରୁ ଏହି ଟ୍ରେନକୁ ବିଜୟବାଡା କିମ୍ବା ଗୁଣ୍ଟୁରୁ ପର୍ଯ୍ୟନ୍ତ ସମ୍ପ୍ରସାରଣ ପାଇଁ ଅନୁରୋଧ କରିଥିଲେ ।
ପତିକ୍ରିୟାରେ Railway GM ଶ୍ରୀ ମନୋଜ ଶର୍ମା ସମସ୍ତ ଦାବି କୁ ଅନୁଧ୍ୟାନ କରିବା ସହ ଖୁବ ଶୀଘ୍ର ଏହାର ସମାଧାନ କରିବାପାଇଁ ଚେଷ୍ଟା କରିବି ବୋଲି ପ୍ରକାଶ କରିଥିଲେ ।