ମୁଖ୍ୟମନ୍ତ୍ରୀ ଙ୍କ ଦ୍ୱାରା ବାଲିଗୁଡା ଉପଖଣ୍ଡ ଆମ ହସ୍ପିଟାଲ ରୂପାନ୍ତରିତ କାର୍ଯ୍ୟ ଲୋକାର୍ପିତ

0
191
ମୁଖ୍ୟମନ୍ତ୍ରୀ

ରିପୋର୍ଟ : ବିଭୂତି ଲହରିଆ
ବାଲିଗୁଡା, (୧୭/୨) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଚିକିତ୍ସାଳୟ ରେ ଭିଡ଼ିଓ କନଫରେନ୍ସ ଜରିଆରେ ଆମ ହସ୍ପିଟାଲ ଯୋଜନାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ lWhatsApp Image 2024 02 18 at 07.55.17 ମୁଖ୍ୟମନ୍ତ୍ରୀ ଙ୍କ ଦ୍ୱାରା ବାଲିଗୁଡା ଉପଖଣ୍ଡ ଆମ ହସ୍ପିଟାଲ ରୂପାନ୍ତରିତ କାର୍ଯ୍ୟ ଲୋକାର୍ପିତ

ବାଲିଗୁଡା ଉପଖଣ୍ଡ ଚିକିତ୍ସାଳୟ କୁ 5T ଉପକ୍ରମରେ ସାମିଲ କରାଯିବା ପରେ ଆମ ହସ୍ପିଟାଲ ଯୋଜନାରେ ରୂପାନ୍ତରିତ କରାଯାଇଛି l ଏହି ଅବସରରେ ବାଲିଗୁଡା ମେଡିକାଲ ପରିସରରେ ଔଷଧ ବିତରଣ କେନ୍ଦ୍ର, ରୋଗୀ ମାନଙ୍କ ପାଇଁ ପ୍ରତୀକ୍ଷା ଗୃହ ଓ ମିଶନ ଶକ୍ତି କାଫେ କୁ ଭିଡ଼ିଓ କନଫରେନ୍ସ ଜରିଆରେ ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ l ବାଲିଗୁଡା ମେଡିକାଲ କୁ ଆମ ହସ୍ପିଟାଲ ଯୋଜନାରେ ରୂପାନ୍ତରଣ ନେଇ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ବାଲିଗୁଡା ବିଧାୟକ ଚକ୍ରମଣୀ କହଁର, ସାଂସଦ ଙ୍କ ବାଲିଗୁଡା ପ୍ରତିନିଧି ଟୁନା ଦାସ, ଜିଲ୍ଲା ପରିଷଦ ଅଧକ୍ଷ୍ୟା ନନ୍ଦିନୀ ମଳିକ, ବାଲିଗୁଡା ଏନଏସି ଅଧକ୍ଷ ଗୋବିନ୍ଦ ପ୍ରଧାନ ଯୋଗ ଦେଇଥିଲେ l ଏହି କାର୍ଯ୍ୟକ୍ରମ ରେ ଉପଜିଲ୍ଲାପାଳ ଡା ରୀନା ପ୍ରଧାନ, ତହସିଲଦାର ବିଜୟ କୁମାର ସେଠୀ ସମେତ ଅଞ୍ଚଳବାସୀ, ଆଶା କର୍ମୀ ଅଙ୍ଗନବାଡି ଦିଦି, ହସ୍ପିଟାଲ କର୍ମଚାରୀ ଉପସ୍ଥିତ ଥିଲେ l