“ଆମ ହସ୍ପିଟାଲ” ଯୋଜନାରେ ୧୫ଟି ଜିଲ୍ଲାରେ ୭୩ ଟି ସରକାରୀ ହସ୍ପିଟାଲକୁ ରୂପାନ୍ତରଣ

0
81
ଆମ ହସ୍ପିଟାଲ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଭୁବନେଶ୍ୱର, (୧୮/୦୨) : 5T ଉପକ୍ରମରେ “ଆମ ହସ୍ପିଟାଲ” ଯୋଜନାରେ ୧୫ଟି ଜିଲ୍ଲାରେ ୭୩ ଟି ସରକାରୀ ହସ୍ପିଟାଲକୁ ରୂପାନ୍ତରଣ କରାଯାଇଛି ।

“ଆମ ହସ୍ପିଟାଲ” ଯୋଜନାରେ ୧୫ଟି ଜିଲ୍ଲାରେ ୭୩ ଟି ସରକାରୀ ହସ୍ପିଟାଲକୁ ରୂପାନ୍ତରଣ କରାଯାଇ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ କରକମଳରେ ଏବଂ 5T ତଥା ଆମ ଓଡ଼ିଶା, ନବୀନ ଓଡ଼ିଶା ଅଧ୍ୟକ୍ଷ ଶ୍ରୀଯୁକ୍ତ କାର୍ତ୍ତିକ ପାଣ୍ଡିଆନଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନ ତଥା ସଞ୍ଚାଳନରେ, ଆଭାଷି ମାଧ୍ୟମରେ ଲୋକାର୍ପିତ ହୋଇ ଜନସାଧାରଣଙ୍କ ସେବାର୍ଥେ ଉତ୍ସର୍ଗୀକୃତ କରାଯାଇଅଛି ।

ଉକ୍ତ କାର୍ଯ୍ୟକ୍ରମର ପ୍ରସାରଣ ନିମନ୍ତେ ଗୋପାଳପୁର ନିର୍ବାଚନ ମଣ୍ଡଳୀରେ ଆୟୋଜିତ ଅବିସ୍ମରଣୀୟ ଜନ ସମାବେଶରେ ମାନ୍ୟବର ବ୍ରହ୍ମପୁର ବିଧାୟକ ତଥା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ଶ୍ରୀ ବିକ୍ରମ କୁମାର ପଣ୍ଡା, ସମସ୍ତ ଜନପ୍ରତିନିଧି, ବିଜେଡ଼ି ସର୍ବବର୍ଗିୟ ନେତୃବୃନ୍ଦ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷା, ସଦସ୍ୟ, ସଦସ୍ୟା, ବ୍ଲକ୍ ଅଧ୍ୟକ୍ଷା, ଉପାଧ୍ୟକ୍ଷା, ସରପଞ୍ଚ, ସମିତି ସଭ୍ୟ, ସଭ୍ୟା, ବିଭାଗୀୟ ପଦାଧିକାରୀ ସର୍ବୋପରି ଗ୍ରାମବାସୀ ମାନେ ଉପସ୍ଥିତ ରହି ମାନ୍ୟବର ମୁଖ୍ୟମନ୍ତ୍ରୀ ଓ 5T ତଥା ଆମ ଓଡ଼ିଶା, ନବୀନ ଓଡ଼ିଶା ଅଧ୍ୟକ୍ଷଙ୍କୁ ଧନ୍ୟବାଦ୍ ଜଣାଇବା ସହିତ ହାର୍ଦ୍ଧିକ କୃତଜ୍ଞତା ଜ୍ଞାପନ କରିଥିଲେ ।