ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଙ୍ଘ ତରଫରୁ ଶିକ୍ଷା ଅଧିକାରୀ ଙ୍କୁ ଦାବୀ ପତ୍ର

0
194
ପ୍ରାଥମିକ

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୧୮/୨) : ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ କାର୍ଯ୍ୟକ୍ରମ ରତ ଏନ ପି ଏସ ଶିକ୍ଷକ ଙ୍କ ତିନିଗୋଟି ମୂଳ ଦାବୀ ସହ, ମଧ୍ୟାହ୍ନ ଭୋଜନ ର ମୂଲ୍ୟ ବୃଦ୍ଧି, ବିଦ୍ୟାଳୟ ଭିତିଭୂମି ମଜବୁତ କରିବା ଦାବୀ ନେଇ ଆଜି ଶିକ୍ଷକ ନିଜ ଦାବୀ ପୂରଣ ପାଇଁ ବାରମ୍ବାର ରାଜ ରାସ୍ତା କୁ ଓଲ୍ହାଇବା ଆଜି ସରକାର ଙ୍କ ମୁଣ୍ଡ ବ୍ୟଥା ର କାରଣ ପାଲଟିଛି ।

ଆଜି କାଶୀନଗର ବ୍ଲକ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଙ୍ଘ ତରଫରୁ ଏକ ବିରାଟ ପଟୁଆର ରେ ବାହାରି ସ୍ଥାନୀୟ ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟ ରେ ପହଂଚି ବିଭିନ୍ନ ନାରାବାଜି ଦେବା ସହ କାର୍ଯ୍ୟାଳୟ ଆଗରେ ଧାରଣାରେ ବସିଛନ୍ତି । ଏହା ପରେ ମୁଖ୍ୟମନ୍ତ୍ରୀ, ଶିକ୍ଷା ମନ୍ତ୍ରୀ, 5T ଅଧ୍ୟକ୍ଷ, କମିଶନର, ଓ ମୁଖ୍ୟ ସ୍ରଚିବ ଙ୍କ ଉଧେଶ୍ୟ ରେ ଦାବୀ ପତ୍ର ଦିଆଯାଇଛି । ବ୍ଲକ ସମ୍ପାଦକ ଗଣେଶ ପାଣିଗ୍ରାହୀ, ଜିଲ୍ଲା ମିଡ଼ିଆ ସେଲ ର ଶ୍ରୀ କେ. ଲୋକନାଥ, ଜିଲ୍ଲା ଉପ ଦେଷ୍ଟା ବସନ୍ତ ମିଶ୍ର,ଚୁକା ଚିନା ରାଓ, କଣ୍ଟା ମଧୁ ଙ୍କ ନେତୃତ୍ୱ ରେ ଏହି ଦଳ ବି ଇ ଓ କାର୍ଯ୍ୟାଳୟ ରେ ପହଞ୍ଚିଛନ୍ତି, ଆର. ମଧୁ କୁମାର, ଏମ ଶ୍ରୀନୁ,କୋଷାଧ୍ୟକ୍ଷ୍ୟ ମଧ୍ୟ ଏହି ପିଷ୍ଟା ଟିମ ରେ ସାମିଲ ହୋଇଛନ୍ତି । ଶହେ ରୁ ଅଧିକ ଶିକ୍ଷକ, ଶିକ୍ଷୟିତ୍ରୀ ଆଜିର ଏହି କାର୍ଯ୍ୟକ୍ରମ ରେ ନିଜ କୁ ସାମିଲ କରିଛନ୍ତି । ଶିକ୍ଷା ଅଧିକାରୀ ଶ୍ରୀ ଆଦି କନ୍ଦ ଗମାଙ୍ଗ ଙ୍କୁ ଦାବିପତ୍ର ଦେଇଛନ୍ତି ।