ଜୟଦେବ ପରିଡାଙ୍କ ବୋରିଗୁମ୍ମା ବ୍ଳକ ଗସ୍ତକୁ ନେଇ ରାଜନୀତିକ ମହଲରେ ଚର୍ଚ୍ଚା

0
300
ଜୟଦେବ

ରିପୋର୍ଟ : ରବି ଶଙ୍କର ମହାପାତ୍ର
କୋରାପୁଟ, (୧୮/୨) : ଅବିଭକ୍ତ କୋରାପୁଟ ଜିଲ୍ଲାର କଂଗ୍ରେସ ବିରୋଧୀ ବିଶେଷ କରି ଜନତା ଦଳ ତଥା ବିଜୁ ଜନତା ଦଳର ଜଣେ ଟାଣୁଆ ନେତା ଭାବରେ ଜୟଦେବ ପରିଡ଼ା ବେଶ୍‌ ପରିଚିତ ।WhatsApp Image 2024 02 18 at 19.54.17 ଜୟଦେବ ପରିଡାଙ୍କ ବୋରିଗୁମ୍ମା ବ୍ଳକ ଗସ୍ତକୁ ନେଇ ରାଜନୀତିକ ମହଲରେ ଚର୍ଚ୍ଚା

ଜୟଦେବ ପରିଡାଙ୍କ ବୋରିଗୁମ୍ମା ବ୍ଳକ ଗସ୍ତକୁ ନେଇ ରାଜନୀତିକ ମହଲରେ ଚର୍ଚ୍ଚା । ଏମରଜେନ୍‌ସି ବା ଆପାତ କାଳରେ ପ୍ରାୟ ଦେଢ଼ ବର୍ଷରୁ ଉର୍ଦ୍ଧ୍ଵ ଜେଲରେ ରହି ସେ ଜଣେ ବିପ୍ଳବୀ ଅଣ କଂଗ୍ରେସ ନେତା ଭାବେ ବିଗତ ୫ ଦଶନ୍ଧି ଧରି ନିଜର ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି । ତାଙ୍କ ସୁପାରିଶରେ ଅତୀତରେ ଅନେକ ବିଧାୟକ ତଥା ସାଂସଦ ପ୍ରାର୍ଥୀ ଦଳୀୟ ଟିକଟ ପାଇ ଜିତିଥିବା ବେଳେ ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ହାବିବୁଲ୍ଲା ଖାନଙ୍କ ସମେତ ଅନେକଙ୍କ ମୁଣ୍ଡ ବ୍ୟଥାର କାରଣ ହୋଇ ଏକ ଚର୍ଚ୍ଚିତ ବ୍ୟକ୍ତିତ୍ବ ଭାବେ ନିଜର ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି ।

ତେବେ ବର୍ତ୍ତମାନ ବିବାହ ବ୍ରତ ପ୍ରଭୃତି ଚାଲିଥିବାରୁ ବୋରିଗୁମ୍ମା ବ୍ଲକର ବିଭିନ୍ନ ପଞ୍ଚାୟତ ରେ ନିମନ୍ତ୍ରିତ ଅତିଥି ଭାବେ ଆଜିକାଲି ଦେଖିବାକୁ ମିଳୁଛି । ଏହି ଶୃଙ୍ଖଳରେ ଆଜି ବୋରିଗୁମ୍ମା ବ୍ଲକର କାମତା ଓ କୁମୁଲି ଗ୍ରାମରେ ଦେଖିବାକୁ ମିଳିଥିବା ବେଳେ ନିର୍ବାଚନ ତାରିଖ ନିକଟ ହୋଇ ଆସୁଥିବାରୁ ରାଜନୀତିକ ମହଲରେ ଶ୍ରୀ ପରିଡାଙ୍କ ଗସ୍ତକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ବିଜୁ ଜନତା ଦଳର ଅନେକ ନେତା ଓ କର୍ମୀଙ୍କ ସହ ସେ ଆଜି ସାକ୍ଷାତ କରିଥିବା ଜଣାପଡିଛି ।