ତୁମୁଡିବନ୍ଧ ରେ ବିଜେଡି ର ମିଶ୍ରଣ ପର୍ବ

0
124
ତୁମୁଡିବନ୍ଧ

ରିପୋର୍ଟ : ବିଭୂତି ଲହରିଆ
ବାଲିଗୁଡା, (୧୮/୨) : କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଲକ ଅନ୍ତର୍ଗତ ମୁଣ୍ଡିଗଡ଼ ପଂଚାୟତ ର ସୁନାଗାଁ ଠାରେ ବିଜେଡି ର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଅଛି lWhatsApp Image 2024 02 19 at 07.48.01 ତୁମୁଡିବନ୍ଧ ରେ ବିଜେଡି ର ମିଶ୍ରଣ ପର୍ବ

ଏହି ଅବସରରେ କନ୍ଧମାଳ ସାଂସଦ ଙ୍କ ତୁମୁଡିବନ୍ଧ ବ୍ଲକ ପ୍ରତିନିଧି ତଥା ବ୍ଲକ ସଭାପତି ପ୍ରମୋଦ ସାହୁ ଙ୍କ ନେତୃତ୍ୱ ରେ ଜଳେଶପଟ୍ଟା ଠାରୁ ଏକ ବିଶାଳ ବାଇକ ଶୋଭାଯାତ୍ରା ରେ ବିଜେଡି କର୍ମୀ ବାହାରି ତୁମୁଡିବନ୍ଧ ବଜାର ପରିକ୍ରମା କରି ସୁନାଗାଁ ରେ ପହଞ୍ଚିଥିଲେ l ପରେ ସେଠାରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା l କନ୍ଧମାଳ ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷ୍ୟକ ବିଜୟ ନାୟକ, ବାଲିଗୁଡା ବିଧାୟକ ଚକ୍ରମଣୀ କହଁର ଓ କନ୍ଧମାଳ ସାଂସଦ ଙ୍କ ବାଲିଗୁଡା ପ୍ରତିନିଧି ଟୁନା ଦାସ ଙ୍କ ଉପସ୍ଥିତ ରେ ତୁମୁଡିବନ୍ଧ ବ୍ଲକ ସଭାପତି ପ୍ରମୋଦ ସାହୁ ଙ୍କ ନେତୃତ୍ୱ ରେ ୭୦୦ ରୁ ଉର୍ଦ୍ଧ ବିଜେପି ଓ କଂଗ୍ରେସ କର୍ମୀ ବିଜେଡି ରେ ସାମିଲ ହୋଇଛନ୍ତି l

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଲୋକାଭିମୁଖୀ ଯୋଜନା ଓ ସ୍ୱଚ୍ଛ ସୁଶାସନ ରେ ଅନୁପ୍ରାଣିତ ହୋଈ ଲଙ୍କାଗଡ଼, ବେଲଘର, ମୁଣ୍ଡିଗଡ଼ ଓ ତୁମୁଡିବନ୍ଧ ଚାରି ଗୋଟି ପଞ୍ଚାୟତ ରୁ ୭୦୦ ରୁ ଉର୍ଦ୍ଧ ବିଜେପି ଓ କଂଗ୍ରେସ କର୍ମୀ ନିଜ ଦଳ ଛାଡି ବିଜେଡି ରେ ଯୋଗ ଦେଇଥିବା କହିଛନ୍ତି l ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ବିଜେଡି କାର୍ଯ୍ୟକାରୀ ସଭାପତି ରାଜୀବ ପାତ୍ର, ବାଲିଗୁଡା ନିର୍ବାଚନ ମଣ୍ଡଳୀ ର ପର୍ଯ୍ୟବେକ୍ଷକ ଅଜୟ ମହାରଣା, ବାଲିଗୁଡା ବିଜେଡି ନଗର ସଭାପତି ଅବନୀକାନ୍ତ ନାୟକ, ତୁମୁଡିବନ୍ଧ ବ୍ଲକ ଅଧକ୍ଷା ବାସନ୍ତୀ ମାଝୀ, ତୁମୁଡିବନ୍ଧ ଜିଲ୍ଲା ପରିଷଦ ସଭ୍ୟ ନବୀନ ପାତ୍ର ସମେତ ବହୁ ବିଜେଡି କର୍ମୀ ଏହି ମିଶ୍ରଣ ପର୍ବ ରେ ସାମିଲ ହୋଇଥିଲେ l