ଖଲ୍ଲିକୋଟ ରାଣୀମାଙ୍କ ବିୟୋଗରେ ରାଷ୍ଟ୍ରପତି ଙ୍କ ଶୋକବାର୍ତା

0
108
ଖଲ୍ଲିକୋଟ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଗଞ୍ଜାମ, (୧୯/୦୨) : ଖଲ୍ଲିକୋଟ ରାଣୀ ସହେବାଙ୍କ ବିୟୋଗରେ ମହା ମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଶୋକବାର୍ତ୍ତା ।

ଖଲ୍ଲିକୋଟ ଓ କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀରୁ ୧୦ ଥର ରାଜ୍ୟ ବିଧାନସଭାକୁ ନିର୍ବାଚିତ ହୋଇଥିବା ଓଡିଶା ର ଅପ୍ରତିଦ୍ବନ୍ଦି ନେତ୍ରୀ ଦିବଂଗତ ସୁଜ୍ଞାନ କୁମାରୀ ଦେଓ ଙ୍କ ବିୟୋଗ ରେ ଭାରତ ର ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରାଣୀ ଙ୍କ ପୁତୁରା ଡାକ୍ତର ସାକେଥ ରାମରାଓ ଙ୍କ ନିକଟକୁ ପଠାଇଥିବା ଏକ ଶୋକ ବାର୍ତାରେ ଗଭୀର ଦୁଃଖ ପ୍ରକାଶ କରିବା ସହିତ,ଓଡିଶା ଜଣେ ନିସ୍ବାର୍ଥ ପର ଓ ନିର୍ଭିକ ରାଜନେତା ଙ୍କୁ ହରାଇଲା ବୋଲି ପ୍ରକାଶ କରିଛନ୍ତି ।

ସ୍ବର୍ଗତ ସୁଜ୍ଞାନ ଦେଓ ଜଣେ ତୃଣ ମୂଳ ସ୍ତରରୁ ନେତ୍ରୀ ଭାବେ ଜୀବନ ଆରମ୍ଭ କରି ଶେଷ ସମୟ ପର୍ଯ୍ୟନ୍ତ ସାଧାରଣ ଲୋକଙ୍କ ସେବାରେ ନିୟୋଜିତ କରି ଅନେକ ବିକାଶ ର କାର୍ଯ୍ୟ କରି ଜିଲ୍ଲା ତଥା ଓଡ଼ିଶାରେ ସମସ୍ତ ଙ୍କ ରାଣୀମା ରୂପେ ଖ୍ୟାତି ଲାଭ କରିପାରିଥିଲେ । ସେ ରାଜ ନୀତିରେ କୌଣସି ପଦ ପଦବୀ ପାଇଁ ଇଛୁକ ନଥିଲେ । ତାଙ୍କର ଏହି ମହନିୟତା ପାଇଁ ରାଷ୍ଟ୍ରପତିଙ୍କ ଠାରୁ ଆରମ୍ଭ କରି ଓଡ଼ିଶାର ମୁଖ୍ୟମନ୍ତ୍ରୀ, 5T ଅଧ୍ୟକ୍ଷ, ଅନ୍ୟନ୍ୟା ମନ୍ତ୍ରୀ, ଓ ସଚିବ ଙ୍କ ସହିତ ସାଧାରଣ ଜନତା ମଧ୍ୟ ଆଜି ତାଙ୍କ ବିୟୋଗରେ ମର୍ମାହତ । ତେଣୁ ମହାମହିମ ଦିବଂଗତ ଅମର ଆତ୍ମା ର ସଦଗତି କାମନା କରିଥିବା ଜଣାପଡିଛି ।