ସୁବର୍ଣ୍ଣପୁର ଜିଲ୍ଲାରେ ଆଜିଠୁ ଗଡ଼ିଲା ଲକ୍ଷ୍ମୀ ବସ

0
45
ସୁବର୍ଣ୍ଣପୁର

ରିପୋର୍ଟ : ଧୃବରାଜ ମିଶ୍ର
ସୁବର୍ଣ୍ଣପୁର, (୧୯/୦୨) : ସମସ୍ତ ଜିଲ୍ଲା ର ଗ୍ରାମାଞ୍ଚଳରେ ଯାତ୍ରୀ ପରିବହନ ବ୍ୟବସ୍ଥା କୁ ଗୁରୁତ୍ୱ ଦେଇ ମୁଖ୍ୟମନ୍ତ୍ରୀ ସାରା ରାଜ୍ୟରେ ଲକ୍ଷ୍ମୀବସ ସେବା ଯୋଜନା ଶୁଭାରମ୍ଭ କରି ଆସୁଥିବା ବେଳେ ଆଜି ସୁବର୍ଣ୍ଣପୁର ଜିଲ୍ଲାରେ ମହା ଆଡମ୍ବରରେ ଏହି ଲକ୍ଷ୍ମୀ ବସ ଚଳାଚଳ ର ଶୁଭାରମ୍ଭ ହେlଇଛି ।

ଏଥିପାଇଁ ସୋନପୁର ବି ଡି ଓ ସୌମ୍ୟ ରଞ୍ଜନ ସ୍ବାଇଁ ଙ୍କ ସହଯୋଗ ରେ ଜିଲ୍ଲା ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ଉଦ୍ଘାଟନୀ କର୍ଯ୍ୟକ୍ରମକୁ ଆର ଟି ଓ ଅକ୍ଷୟ କୁମାର୍ ଜେନା ସମସ୍ତ ଦାୟିତ୍ଵ ପରିଚାଳନା କରିଥିଲେ l ଦିବା ୧୧ ଘଣ୍ଟା ୪୫ ମିନିଟ ସମୟରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଭରଚୁଆଲ ମାଧ୍ୟମରେ ଉଦଘାଟନ କରିଥିବା ବେଳେ ରାଜ୍ଯ ସ୍ଵାସ୍ଥ୍ୟ ପରିବାର କଲ୍ୟାଣ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ନିରଞ୍ଜନ ପୂଜାରୀ, ବିରମହାରାଜପୁର ବିଧାୟକ ପଦ୍ମନାଭ ବେହେରା, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁପାର ଠେଲା, ଜିଲ୍ଲାପାଳ ଅନ୍ୟl ଦାସ ଅତିଥି ଭାବେ ଯୋଗ ଦେଇଥିଲେ l

ଖୋଦ୍ ମନ୍ତ୍ରୀ, ବିଧାୟକ, ଓ ଜିଲ୍ଲାପାଳ ଯାତ୍ରୀ ମାନଙ୍କ ସହିତ ବସ୍ କଣ୍ଡକ୍ଟର ଠାରୁ ଟିକଟ କାଟି ସୋନପୁର ବ୍ଲକ ଅଞ୍ଚଳ କୁ ଯାତ୍ରା କରିଥିଲେ l ଜିଲ୍ଲାର ୬ ଗୋଟି ବ୍ଲକରେ ଏହି ଲକ୍ଷ୍ମୀ ବସ ଯାତ୍ରା ଏବେ ଉପଲବ୍ଧ ହୋଇ ଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ଆଜି ୧୩ ଗୋଟି ଲକ୍ଷ୍ମୀ ବସ ଚଳାଚଳ ଆରମ୍ଭ ହୋଇଛି l ଏଥି ପାଇଁ ଜିଲ୍ଲା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ସମେତ ସୋନପୁର ବ୍ଲକ କାର୍ଯ୍ୟାଳୟ ଏବଂ ସୋନପୁର ଗାନ୍ଧୀ ଷ୍ଟାଡିୟମ୍ ଚଳ ଚଞ୍ଚଳ ଓ ପ୍ରବଳ ଭିଡ ଲାଗିଥିଲା l ନୂତନ ଡ୍ରାଇଭର, କଣ୍ଡକ୍ଟର ମାନଙ୍କୁ ପୋଷାକ, ଟିକଟ ମେସିନ ମଧ୍ଯ ପ୍ରଦାନ କରାଯାଇଥଲା l

ଆଜି ଏହି ବସ ଚଳାଚଳ ପରେ ସୁବର୍ଣ୍ଣପୁର ଜିଲ୍ଲାର ବହୁ ଅପହଞ୍ଚ ଅଞ୍ଚଳରେ ସ୍ଵଳ୍ପ ମୂଲ୍ୟରେ ଯାତ୍ରୀ ପରିବହନ ବ୍ୟବସ୍ଥା ସହଜ ଭାବେ ଉପଲବ୍ଧ କରିବା ସହ ଛାତ୍ରଛାତ୍ରୀ, ମହିଳା ଓ ଦିନମଜୁରିଆ ସମେତ ସାଧାରଣ ଜନତା ବ୍ଲକ ଓ ଜିଲ୍ଲା ମୁଖ୍ୟାଳୟ କୁ ଯିବାଆସିବା ସହଜ ଓ ସୁବିଧା ହୋଇଛି l ଜିଲ୍ଲାପାଳ ଙ୍କ ତତ୍ୱlବଧାନରେ ଅନୁଷ୍ଠିତ ଏହି କାର୍ଯ୍ଯକ୍ରମରେ ଆର ଟି ଓ ଅକ୍ଷୟ ଜେନା ଓ ସମସ୍ତ ବ୍ଲକ୍ ବିଡ଼ିଓ ଏହା କୁ ତଦାରଖ କରିଥିଲେ l ଏଥିରେ ଜିଲ୍ଲା ର ସମସ୍ତ ଜନ ପ୍ରତିନିଧି, ପ୍ରଶାସନ ଅଧିକାରୀ, ସମସ୍ତ ବ୍ଲକ୍ ବିଡ଼ିଓ, ମିଶନଶକ୍ତି ମହିଳା ଏବଂ ବୁଦ୍ଧିଜୀବି ସାମିଲ ହୋଇଥିଲେ l ସୋନପୁର ରେ ବସ୍ ଗଡିଲା ବେଳେ ଆଜି ଗ୍ରାମାଞ୍ଚଳ ର ମହିଳା ଯାତ୍ରୀ ମାନଙ୍କ ଖୁବ୍ ଉତ୍କଣ୍ଠା ଦେଖି ବାକୁ ମିଳିଥିଲା l