୯ ଜଣ ଦୁସ୍ଥ ବିଧବାଙ୍କୁ ୨୫ ହଜାର ଟଙ୍କା ଲେଖାଏଁ ସହାୟତା ପ୍ରଦାନ କଲେ ସୁବର୍ଣ୍ଣପୁର ଜିଲ୍ଲାପାଳ

0
75
୯ ଜଣ

ରିପୋର୍ଟ : ଧୃବରାଜ ମିଶ୍ର
ସୁବର୍ଣ୍ଣପୁର, (୧୯/୦୨) : ସାମାଜିକ ଓ ଆର୍ଥିକ ସ୍ତର ରେ ସଶକ୍ତ କରିବା ପାଇଁ ଆଜି ସୁବର୍ଣ୍ଣପୁର ଜିଲ୍ଲାପାଳ ଅନ୍ୟା ଦାଶ ଙ୍କ ଦ୍ଵାରା ଜିଲ୍ଲାର ୯ ଜଣ ଦୁସ୍ଥ ବିଧବା ଙ୍କୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି ରୁ ଅନୁମୋଦିତ ୨୫ ହଜାର ଟଙ୍କା ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା lWhatsApp Image 2024 02 19 at 21.48.05 ୯ ଜଣ ଦୁସ୍ଥ ବିଧବାଙ୍କୁ ୨୫ ହଜାର ଟଙ୍କା ଲେଖାଏଁ ସହାୟତା ପ୍ରଦାନ କଲେ ସୁବର୍ଣ୍ଣପୁର ଜିଲ୍ଲାପାଳ

ଆର୍ଥିକ ଥଇଥାନ ନିମନ୍ତେ ଓ ସାମାଜିକ ଜୀବନ କୁ ସୁଦୃଢ କରିବା ତଥା ସ୍ୱାବଲମ୍ବୀ ହେବା ପାଇଁ ରାଜ୍ୟ ସରକାର ଙ୍କ ପକ୍ଷରୁ ଜିଲ୍ଲାପାଳଙ୍କ ଦ୍ଵାରା ସମସ୍ତ ହିତାଧୀକାରୀ ଙ୍କୁ ଚେକ୍ ମାଧ୍ୟମ ରେ କାର୍ଯ୍ୟାଳୟ ପ୍ରକୋଷ୍ଠ ରେ ଏହି ସହାୟତା ରାଶି ପ୍ରଦାନ କରିଛନ୍ତି l ଜିଲ୍ଲାର ସୋନପୁର ବ୍ଲକ, ବୀରମହାରାଜପୁର ବ୍ଲକ, ତରଭା ବ୍ଲକ, ଓ ତରଭା ବିଜ୍ଞାପିତ ଅଞ୍ଚଳ ପରିଷଦ ଅଞ୍ଚଳର ସହାୟତା ପାଇଥିବା ୯ ଜଣ ଦୁସ୍ଥ ବିଧବା ମାନେ ହେଲେ ପଞ୍ଚମୀ ବାଗ, ଉତ୍ତମl ଛତ୍ରିଆ, ରଜନୀ ମହlନଦ, ଅନ୍ନପୂର୍ଣ୍ଣl ଛତ୍ରିଆ, ଖିର ବାଗ, ସୁବର୍ଣ୍ଣ ବିଭାର, ଠନ ସୁନ୍ଦରୀ କୁମ୍ଭାର, ଅହଲ୍ୟା ବାରିକ୍,ଓ ସୁପ୍ରଭା ଜଗଦଲା l ଏହି ଅବସରରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଗୋବିନ୍ଦ ବଲ୍ଲଭ ଷଡ଼ଙ୍ଗୀ, ଜିଲ୍ଲା ନିଜାରତ ଶାଖା ଅଧିକାରୀ ବିସିକେସନ ପ୍ରଧାନ,ଜିଲ୍ଲା ଜରୁରୀ ଶାଖା ଅଧିକାରିଣୀ ସିୟନ୍ତୀକା ଶୁଭଲକ୍ଷ୍ମୀ ପ୍ରମୁଖ ଉପସ୍ଥିତ ରହିଥିଲେ l