ପ୍ରସୂତୀ ମହିଳାଙ୍କ ମୃତ୍ୟୁ ମାମଲା ନେଇ ଉପ ଜିଲ୍ଲାପାଳଙ୍କ ଡାକ୍ତରଖାନା ଷ୍ଟୋର ରୁମ ତତ୍ବାବଧାନ

0
148
ପ୍ରସୂତୀ

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର/ଟିଟିଲାଗଡ, (୧୯/୦୨) : ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ ଉପଖଣ୍ଡ ମାତୃ ଓ ଶିଶୁ ଡାକ୍ତରଖାନା ରେ ଗତ ୮ ତାରିଖ ଦିନ ଟିଟିଲାଗଡ ଥାନା ଅନ୍ତର୍ଗତ ଶିହିନି ଗ୍ରାମର ବିନୋଦିନୀ ଛତର ନାମ୍ନୀ ଜଣେ ପ୍ରସୂତୀ ମହିଳା ଙ୍କ ମୃତ୍ୟୁ ଘଟିଥିଲା ।

ସେ ଡାକ୍ତରଖାନା ରୁ ଉକ୍ତ ଦିନ ସମ୍ପୂର୍ଣ୍ଣ ସୁସ୍ଥ ହୋଇଯାଇଥିବା ତଥା ସେହି ଦିନ ତାଙ୍କୁ ଡିସଚାର୍ଜ କରାଯାଇଥାନ୍ତା,ହେଲେ ଉକ୍ତ ଦିନ ଭର୍ତ୍ତି ଅବସ୍ଥାରେ ନିୟମିତ ଭାବେ ଦିଆଯାଉଥିବା ଏକ ଇଞ୍ଜେକ୍ସନ ଦିଆ ଯାଇଥିଲା । ମହିଳା ଙ୍କୁ ସକାଳ ୬ ଟା ରେ ଇଞ୍ଜେସନ୍ ଦେବା ମାତ୍ରେ ତାଙ୍କ ପାଟିରୁ ଫେଣ ବାହାରି ଯାଇ କିଛି ମିନିଟ ମଧ୍ୟରେ ମୃତ୍ୟୁ ବରଣ କରିଥିଲେ । ଏ ନେଇ ଡାକ୍ତରଖାନା ରେ ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ସରପଞ୍ଚ ସଂଘ ସଭାପତି ବୀରବର ସାହୁ ତଥା ଗ୍ରାମବାସୀ ଘଟଣା ର ସବିଶେଷ ତଦନ୍ତ ସହ କ୍ଷତିପୂରଣ ପ୍ରଦାନ ଦାବି କରିଥିଲେ। ଉକ୍ତ ଦିନ ରେଡକ୍ରସ ପାଣ୍ଠି ରୁ ମୃତ ମହିଳାଙ୍କ ସ୍ବାମୀଙ୍କୁ ୧୦ ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରାଯାଇଥିଲା ।

ଏହି ଘଟଣା ର ଉପଯୁକ୍ତ ତଦନ୍ତ ସହ କାର୍ଯ୍ୟାନୁଷ୍ଠାନ ତଥା ପରିବାର ବର୍ଗ କୁ କ୍ଷତି ପୂରଣ ପ୍ରଦାନ କରାଯାଉ ବୋଲି ସିହିନି ଗ୍ରାମ ସରପଞ୍ଚ ତଥା ଓଡ଼ିଶା ସରପଞ୍ଚ ସଂଘ ସଭାପତି ତଥା ଗ୍ରାମବାସୀ ଟିଟିଲାଗଡ ଉପ ଜିଲ୍ଲାପାଳଙ୍କୁ ଏକ ଦାବି ପତ୍ର ପ୍ରଦାନ କରିଥିଲେ । ଏ ନେଇ ଟିଟିଲାଗଡ ଉପ ଜିଲ୍ଲାପାଳ ଜିଲ୍ଲା ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟରେ ନିଜେ ପହଞ୍ଚି ଇଞ୍ଜେକ୍ସନ ରଖା ଯାଉଥିବା ଷ୍ଟୋର ରୁମକୁ ଯାଇ ସବିଶେଷ ତଦନ୍ତ କରିଥିବା ଜଣା ଯାଇଛି ।