ଆଦିବାସୀ ମାନଙ୍କ ଜନ ଗର୍ଜନ ସମାବେଶ, ତହସିଲ କାର୍ଯ୍ଯାଳୟ ସମ୍ମୁଖରେ ଗଣ ବିକ୍ଷୋଭ ଓ ଧାରଣା

0
63
ଆଦିବାସୀ

ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ
ଗୁଣପୁର, (୨୦/୨) : ଆଜି ସି ପି ଆଇ (ଏମଏଲ) ଲିବରେସନ ତରଫରୁ ରାମନାଗୁଡାର ଖିଲାପଦର ଛକ ଠାରୁ ଏକ ବିଶାଳ ଶୋଭାଯାତ୍ରା ବାହାରି ରାମନାଗୁଡା ତହସିଲ କାର୍ଯ୍ଯାଳୟ ସମ୍ମୁଖରେ ବିକ୍ଷୋଭ ଓ ଧାରଣା ଦେବା ସହ, ୧୦ ଦଫା ଦାବୀ ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ତହସିଲଦାରଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି ।

ରାମନାଗୁଡ଼ା ବ୍ଲକର ଘୋଷେଇ ଗୁଲୁମୁଣ୍ଡା ପଞ୍ଚାୟତ ର ଆନନ୍ଦପୁର ଗାଁ’ର ଆଦିବାସୀ ମାନଙ୍କ ଭୋଗ ଦଖଲରେ ଥିବା କାଜୁବାଡ କୁ ପଟ୍ଟା ପ୍ରଦାନ କରିବା ,ଆନଦପୁର ଗାଁ ନିକଟ ସିଦ୍ଧମକଣ୍ଡା ଡଙ୍ଗର ଠାରେ ଚେକ ଡ୍ୟାମ୍ କରିବା, ଚାଷୀମାନଙ୍କୁ ଋଣ ଛାଡ଼, ନୂଆ ଋଣ ଯୋଗାଇବା ଏବଂ ଭାଗଚାଷୀଙ୍କୁ ଚାଷୀର ମାନ୍ୟତା, ଗୋଗୁପାଡୁ ପଞ୍ଚାୟତର କାଟିକି ଓ ଗୁଲୁଣ୍ଠି ପଞ୍ଚାୟତର ତାମେଲିଗୁଡ଼ା ଗ୍ରାମର ଆଦିବାସୀମାନଙ୍କ ଭୋଗ ଦଖଲରେ ରହିଥିବା ଜମିର ପଟ୍ଟା ପ୍ରଦାନ ଓ ଆଦିବାସୀମାନଙ୍କ ନାମରେ ହୋଇଥିବା ମିଥ୍ୟା କେସ୍‌କୁ ପ୍ରତ୍ୟାହାର, କେନ୍ଦ୍ର ସରକାରଙ୍କ ଦ୍ବାରା ଜଙ୍ଗଲ ଅଧିକାର ଆଇନ ୨୦୦୬ ଓ ଗ୍ରାମ ସଭାକୁ ଅକାମୀ କରିଦେଉଥିବା ଚକ୍ରାନ୍ତକୁ ବନ୍ଦ କରିବା, ଆଦିବାସୀ ମାନଙ୍କର ଭୋଗ ଦଖଲରେ ରହିଥିବା ସରକାରୀ ଜମି, ଜଙ୍ଗଲ ଜମିକୁ ଚିହ୍ନଟ କରିବା ପାଇଁ ଆର.ଆଇ, ଓ ଅମିନ୍‌କୁ ମାସିକ ୧୫ ଦିନ ପାଇଁ ନିର୍ଦ୍ଦେଶ ଦେବା, ଶୀତଳ ଭଣ୍ଡାର ପ୍ରତିଷ୍ଠା କରିବା , ଢ଼େପାଗୁଡ଼ା ଡ୍ୟାମ୍ ରୁ ଚାଷୀ ମାନଙ୍କୁ ଜଳ ସେଚନ ଯୋଗାଇବା ।

ଗୁଲୁଣ୍ଠି ପଞ୍ଚାୟତରେ ସୋରିଷ ପଦର ଗାଁର ଚାଷି ମାନଙ୍କୁ ଜଳକର ଛାଡ. କେନାଲ ନିମନ୍ତେ କ୍ଷତିଗ୍ରସ୍ତଙ୍କୁ କ୍ଷତିପୂରଣ ଓ ଲହରଗାଡ଼ା ନାଳରେ ଜଳ ପ୍ରକଳ୍ପ, ଆନ୍ଧ୍ରର ଜମି ମାଫିଆମାନେ ଆଦିବାସୀମାନଙ୍କ ଦଖଲରେ ଥିବା ଜମିକୁ ବେଆଇନ ଭାବେ ରେଜିଷ୍ଟି କରୁଛନ୍ତି ତାକୁ ରଦ୍ଦ କରିବା, ଏମ୍.ଜି.ଏନ୍.ଆର୍.ଇ.ଜି.ଏ କାମର ବର୍ଷ କୁ ୨୦୦ ଦିନ କାମ ଦୈନିକ ୬୦୦ ଟଙ୍କା ମଜୁରୀ, ବ୍ୟାପକ ଦୁର୍ନିତୀ ବନ୍ଦ କରିବା ସହିତ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାରେ ଅନୁଦାନ ୫,୦୦,୦୦୦/ କୁ ବୃଦ୍ଧି କରିବା, ସମସ୍ତ ଗରିବ ଏବଂ ବିପିଏଲ ପରିବାର ମାନଙ୍କୁ ବିଦ୍ୟୁତ୍ ବିଲ ଛାଡ଼ ସହ ଅନ୍ୟ ମାନଙ୍କୁ ୨୦୦ ୟୁନିଟ୍ ମାଗଣା ବିଦ୍ୟୁତ୍ ଯୋଗାଇବା, କେନ୍ଦ୍ର ସରକାରଙ୍କ ଦ୍ବାରା ଜଙ୍ଗଲ ଅଧିକାର ଆଇନ ୨୦୦୬ ଓ ଗ୍ରାମ ସଭାକୁ ଅକାମୀ କରିଦେଉଥିବା ଚକ୍ରାନ୍ତକୁ ବନ୍ଦ କରିବା , ପ୍ରତ୍ୟେକ ଗରୀବ ପରିବାରକୁ ରେସନ୍‌କାର୍ଡ ସହ ୫୦ କେଜି ଚାଉଳ ପ୍ରଦାନ କରିବା ମୂଖ୍ୟ ଦାବି ରହିଥିଲା ।

ଆଜିର ଏହି (ତହସିଲ ଘେରାଉ ଓ ସ୍ମାରକପତ୍ର ପ୍ରଦାନ) କାର୍ଯ୍ୟକ୍ରମକୁ ତ୍ରିପତି ଗମାଙ୍ଗ ସି ପି ଆଇ (ଏମ ଏଲ) ଲିବରେସନର (ଜିଲ୍ଲା ସମ୍ପାଦକ) ପରିଚାଳନା କରିଥିବାବେଳେ ବୃନ୍ଦାବନ ବିଡିକା(ରାଜ୍ୟ କମିଟି ସଭ୍ୟ) ଅନାସିମ ଶବର, କୈଳାସ ଶବର, ସଂଗ୍ରାମ ବିଡିକା, ଜୁନେଶ ବିଡିକା, ଦାସରଥି ପାତିକା, ଦାସୁରୁ ପାତିକା , ଗୋବିନ୍ଦ ପାତିକା , ମାଥ୍ୟୁ ଦଳବେହେରା , ରମେଶ ପାତିକା , ମୋଜେସ ବିଡିକା, ହରିଚନ୍ଦ୍ର ନିମାଲା, ଲବ ବିଡିକା, ଶୁଣ୍ଡମା ବିଡିକା ପ୍ରମୁଖ ପୂର୍ଣ୍ଣ ସହଯୋଗ କରିଥିଲେ ।